ଗୋଆରେ ୪ ଦିନ ପାଇଁ ଲକଡାଉନ୍ ଘୋଷଣା କଲେ ସରକାର । ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ ?

72

କନକ ବ୍ୟୁରୋ : ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲଗା ଅଲଗା ରାଜ୍ୟ ଭିନ୍ନ ଭିନ୍ନ ତରିକାରେ ଲକଡାଉନ୍ ଘୋଷଣା କରୁଛନ୍ତି । କେଉଁଠି ସପ୍ତାହନ୍ତ ଲକଡାଉନ୍ ତ କେଉଁଠି ନାଇଟ୍ କର୍ଫ୍ୟୁ । ଏହି କ୍ରମରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ରାଜ୍ୟରେ ଏପ୍ରିଲ ୨୯ ତାରିଖ ସନ୍ଧ୍ୟା ୭ ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି । ଏହି ଲକଡାଉନ ସମୟରେ ଆବଶ୍ୟକ ସେବା ଓ ଶିଳ୍ପ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କୁହାଯାଇଛି । ଅନ୍ୟପଟେ ସାର୍ବଜନୀନ ପରିବହନ ସେବା, ହୋଟେଲ ଓ ପବ୍ ବନ୍ଦ ରହିବ ବୋଲି କୁହାଯାଇଛି । ହେଲେ ଆବଶ୍ୟକୀୟ ସେବା ପାଇଁ ପରିବହନ ଖୋଲା ରହିବ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

କହିରଖୁ କି ଦେଶରେ କରୋନା ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୩.୬୦ ଲକ୍ଷରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାରରୁ ଅଧିକ ସଂକ୍ରମିତଙ୍କ ଜୀବନ ଯାଇଛି ।