ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର, କାମଚଳା ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତୁତି ଆରମ୍ଭ

44

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସରେ ହେବ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଚିକିତ୍ସା । ଦୀର୍ଘ ଦିନ ହେବ ପାରିକର ଅସୁସ୍ଥ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଚାଟାର୍ଡ ବିମାନ ଜରିଆରେ ସେ ଦିଲ୍ଲୀ ଆସିବେ । ଏହାପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିବ । ପାରିକରଙ୍କୁ ଦିଲ୍ଲୀ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁପ୍ରକାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ଗତ ୬ ତାରିଖରେ ଆମେରିକାରେ ଚିକିତ୍ସିତ ହୋଇ ସେ ଭାରତ ଫେରିଥିଲେ । ପାଖାପାଖି ଏକ ସପ୍ତାହ ଧରି ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ଅସୁସ୍ଥ ପାରିକରଙ୍କୁ ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ।

 

ତେଣୁ ଗୋଆର ନେତୃତ୍ୱ ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ବାହାର କରିବା ପାଇଁ ସେ ମୋଦି ଓ ଶାହାଙ୍କୁ ଅନୁରୋଧ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ପାରିକର ଫୋନ କରିି କହିଛନ୍ତି ଯେ, ରାଜ୍ୟର ନେତୃତ୍ୱ ପାଇଁ କିଛି ଅନ୍ୟ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉ । ତେବେ ଏହାରି ଭିତରେ ଚର୍ଚ୍ଚା ହେଉଛି ଯେ ପାରିକରଙ୍କ ମନ୍ତ୍ରୀମଣ୍ଡଳରେ ଥିବା ବରିଷ୍ଠ ମନ୍ତ୍ରୀ ସୁଦିନ ଧାବାଲିକରଙ୍କୁ ୧୮ ମାସ ପାଇଁ ଗୋଆର ଦାୟିତ୍ୱ ଦିଆଯିବ । ହେଲେ ଏନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇନାହିଁ । ଆସନ୍ତା ସୋମବାର ଏନେଇ ସ୍ପଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି । ତେବେ ପାରିକର ପାନକ୍ରିୟାଟକ କ୍ୟାନସରରେ ପୀଡିତ ଅଛନ୍ତି । ବତର୍ମାନ ସେ କ୍ରିଟିକାଲ କଣ୍ଡିସନରେ ଅଛନ୍ତି । ତେବେ ପ୍ରତ୍ୟେକ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ମନୋହରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝୁଥିବା ସୂଚନା ମିଳିଛି ।