ଗୋଆ ପ୍ରମୋଦ ସାୱନ୍ତଙ୍କ ବିଜେପି ସରକାର ଆସ୍ଥା ଭୋଟରେ ବିଜୟୀ । ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ବହୁମତର ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ

256

କନକ ବ୍ୟୁରୋ: ଆଜି ପ୍ରମୋଦ ସାୱନ୍ତଙ୍କ ଗୋଆ ବିଜେପି ସରକାର ବହୁମତର ପ୍ରମାଣ ଦେବାରେ ସଫଳ ହୋଇଛି । ଗୋମନ୍ତକ ପାର୍ଟି, ଗୋଆ ଫରୱାର୍ଡ ପାର୍ଟି ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ମେଂଟ ସରକାର କରିଥିବା ବିଜେପି ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିଛି । ବିଜେପିର ୧୨ ବିଧାୟକ, ମହାରାଷ୍ଟ୍ର ଗୋମନ୍ତକ ପାର୍ଟିର ୩ଜଣ, ଗୋଆ ଫରୱାର୍ଡ ପାର୍ଟିର ଜଣେ ଓ ଅନ୍ୟ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ପୁଣି ଥରେ ମେଂଟ ସରକାରକୁ ବଜାୟ ରଖିବାରେ ସଫଳ ହୋଇଛି ବିଜେପି ।

ପାରିକରଙ୍କ ନିଧନ ପରେ ଗୋଆରେ ରାଜନୈତିକ ସଂକଟ ଦେଖା ଦେଇଥିଲା । କଂଗ୍ରେସ ସରକାର ଗଠନ କରିବାକୁ ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ କରିଥିଲା । ହେଲେ ବିଜେପିର କେଇ ଘଂଟାର କସରତ ପରେ ଟଳିଥିଲା ସଂକଟ । ଆଉ ପ୍ରମୋଦ ସାୱନ୍ତଙ୍କୁ ମେଂଟର ନେତା ଭାବେ ଚୟନ କରିଥିଲେ ବିଧାୟକ । ଗୋଆରେ କଂଗ୍ରେସ ବଡ ଦଳ ଥାଇ ବି ମେଂଟ ଜରିଆରେ ବିଜେପି ସରକାର ଗଠନ କରିବାକୁ ସଫଳ ହୋଇଛି । ଏହା ସହିତ ପାରିକରଙ୍କ ନିଧନ ପରେ ଗୋଆ ରାଜନୀତିରେ ଆରମ୍ଭ ହୋଇଥିବା ଛକାପଞ୍ଝାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ଭାବେ ପ୍ରମୋଦ ସାୱନ୍ତ ଶପଥ ଗ୍ରହଣ କରିସାରିଛନ୍ତିା ତାଙ୍କ ସହ ୧୧ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇସାରିଛନ୍ତି ।