ଗୋଆରେ ନିର୍ବାଚନୀ କାର୍ଡ ଖେଳିଲେ କେଜ୍ରିୱାଲ, ‘ଆପ୍’ ସରକାର ଗଠନ ହେଲେ ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା

Advertisment
ଗୋଆରେ ନିର୍ବାଚନୀ କାର୍ଡ ଖେଳିଲେ କେଜ୍ରିୱାଲ, ‘ଆପ୍’ ସରକାର ଗଠନ ହେଲେ ମହିଳାଙ୍କୁ ମିଳିବ ମାସିକ ୨୫୦୦ ଟଙ୍କା

କନକ ବ୍ୟୁରୋ : ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ଗୋଆରେ ଜାତୀୟ ରାଜନୈତିକ ଦଳଠାରୁ ଆରମ୍ଭ କରି ଆଞ୍ଚଳିକ ଦଳମାନେ ପ୍ରସ୍ତୁତ ଆରମ୍ଭ କରିଛନ୍ତି । ୪୦ ଆସନ ବିଶିଷ୍ଠ ଗୋଆରେ ୨୦୨୨ ଫେବୃଆରୀ ମାସରେ ନିର୍ବାଚନ ହୋଇପାରେ ।

ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୋଆ ଗସ୍ତରେ ଥିବାବେଳେ ରାଜ୍ୟର ମହିଳାମାନଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ସେ କହିଛନ୍ତି କି, ୨୦୨୨ ରେ ଯଦି ଗୋଆରେ  ‘ଆପ୍’ ସରକାର ଗଠନ କରିବ ତେବେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ ।  କେବଳ ସେତିକି ନୁହେଁ ବିଜୁଳି ଓ ପାନୀୟ ଜଳକୁ ନେଇ ବି କେଜ୍ରିୱାଲ ଘୋଷଣା କରିଛନ୍ତି । କେଜ୍ରିୱାଲ କହିଛନ୍ତି କି ଗୋଆରେ ତାଙ୍କ ଦଳର ସରକାର ଗଠନ ହେଲେ ଦିଲ୍ଳୀ ଭଳି ମାଗଣା ବିଜୁଳି ଓ ମାଗଣା ପାଣି ଯୋଗାଇ ଦିଆଯିବ ।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଗୋଆରେ ଆପ୍ ସରକାର ଗଠନ ହେବ ତେବେ ମହିଳାମାନଙ୍କୁ ଗୃହ ଆଧାର ଯୋଜନାରେ ରାଜ୍ୟର ୧୮ ବର୍ଷରୁ ଅଧିକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ । ଅନ୍ୟପଟେ କେଜ୍ରିୱାଲ ତାଙ୍କ ଭାଷଣରେ ଅଭିଯୋଗ କରିଥିଲେ କି ବିଜେପି ମହିଳା ସଶକ୍ତିକରଣର କଥା କହୁଛି ହେଲେ ମହିଳାଙ୍କୁ ସଶକ୍ତ କରାଇବା ନେଇ କୌଣସି କାମ କରୁନାହିଁ । ତେଣୁ ସର୍ବ ପ୍ରଥମେ ମହିଳାଙ୍କୁ ଆର୍ଥିକ ସ୍ତରରେ ମଜବୁତ କରିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe