କନକ ବ୍ୟୁରୋ: ଅକର୍ମଣ୍ୟ ଦୁସ୍ଥ ଗାଈଗୋରୁଙ୍କ ପାଇଁ ଉତ୍ସର୍ଗିକୃତ ଅନୁଷ୍ଠାନ ନିଶ୍ଚିନ୍ତକୋଇଲିର ଅସୁରେଶ୍ୱର ଗୋ-ରକ୍ଷଣୀ ଅନୁଷ୍ଠାନ । ୮୦ ବର୍ଷ ତଳୁ ପ୍ରତିଷ୍ଠିତ ହୋଇଥିବା ଏହି ଅନୁଷ୍ଠାନରେ ସେବା ପାଆନ୍ତି ଗୋ-ମାତା । ଦିନ ରାତି ଏକ କରି ରୋଗିଣୀ, ବୟସ୍କ ଗାଇ-ଗୋରୁଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇ ଆସୁଛନ୍ତି ଗୋ-ସେବକ । ହେଲେ କେବେ ଏଥିପାଇଁ କାହା ମନରେ ଅଭିଯୋଗ କି ଅଭିମାନ ନାହିଁ । ବରଂ ଗୋ-ସେବା କରିବାର ସୁଯୋଗ ମିଳୁଥିବାରୁ ପୂର୍ଣ୍ଣ ଅର୍ଜନ କରୁଥିବା ଗୋ-ସେବକ କହିଛନ୍ତି ।

Advertisment

ସ୍ୱର୍ଗତ ଜଳନ୍ଧର ନାୟକ, ଅଫସର ଅଲି, କେଶବ ଷଡଙ୍ଗୀ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଅସୁରେଶ୍ୱର ଗୋ-ରକ୍ଷଣୀ ଅନୁଷ୍ଠାନ ଏବେ ରୋଗାଗ୍ରସ୍ତ ଓ ଅବହେଳିତ ଗାଈଗୋରୁଙ୍କ ଠିକଣା ପାଲଟିଛି । ଶହଶହ ଗାଈଗୋରୁ ଏଠାକୁ ଆସନ୍ତି । ଅନେକ ସମୟରେ ରୋଗୀଣା ଗାଈ-ଗୋରୁଙ୍କୁ ଏଠାରେ ଛାଡି ଦିଅନ୍ତି ଲୋକମାନେ । ଆଉ ସେହି ଗାଇ-ଗୋରୁଙ୍କ ସେବା କରନ୍ତି ଗୋ-ସେବକମାନେ । ଆଉ ଗୋ-ସେବକଙ୍କୁ ପାଉଣା ଦେବା ଓ ଗାଈ-ଗୋରୁଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗାଁ ଗାଁ ବୁଲି ମୁଠି ଚାଉଳ ଆଦାୟ ହୁଏ । ୬ ଜଣ ମୁଷ୍ଟି ସେବକ ସେହି କାମ କରିଥାନ୍ତି । ଗୋ-ମାତାଙ୍କ  ସେବା କରୁଥିବା ରାଜ୍ୟର ଏହି ଅନନ୍ୟ ଅନୁଷ୍ଠାନ ସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ।