ଚାଲୁ ଚାଲୁ ହଠାତ ବନ୍ଦ ହୋଇଗଲା ଜି.ମେଲ, ଟ୍ୱିଟରରେ ଟ୍ରେଣ୍ଡ ହେଉଛି # ଜି.ମେଲ ଡାଉନ

74

କନକ ବ୍ୟୁରୋ : ଯେତେବେଳେ ଆମେ ଇ.ମେଲର କଥା କହିଥାଉ ସେତେବେଳେ ଗୁଗଲର ଜିମେଲ କଥା ସାମ୍ନାକୁ ଆସିଥାଏ । କିଛି ଦିନ ପୂର୍ବରୁ ଫେସବୁକ୍, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଡାଉନ ହୋଇଯାଇଥିଲା । ୬ ଘଂଟା ଡାଉନ ରହିବା ପରେ ଏହାକୁ ଠିକ୍ କରାଯାଇଥିଲା । ହେଲେ ଆଜି ସାରା ଦେଶରେ ଜି.ମେଲ ଡାଉନ ରହିଛି । ଏହାକୁ ନେଇ ବ୍ୟବହାରକାରୀମାନେ ଟ୍ୱିଟରରେ ୰ ଜି.ମେଲ ଡାଉନ ଲେଖି ଟ୍ରେଣ୍ଡ କରିବାରେ ଲାଗିଛନ୍ତି । ଏହାସହ ଲୋକମାନେ ଟ୍ୱିଟରରେ ଗୁଗଲକୁ ଟ୍ୟାଗ କରି ଅସୁବିଧା ସଂପର୍କରେ ଜଣାଉଛନ୍ତି ।

ମଙ୍ଗଳବାର ଦିନ ଜି ମେଲ ବ୍ୟବହାରକାରୀମାନେ ମେଲ ପଠାଇବା ବେଳେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଦେଶର କିଛି ପ୍ରାନ୍ତରେ ଡାଉନ ଡିଟେକ୍ଟର ମୁତାବକ ୬୮ ପ୍ରତିଶତ ଉପଭୋକ୍ତା କୁହାଯାଇଛି କି ୱେବସାଇଟ ଅସୁବିଧାରେ ସମ୍ମୁଖୀନ ହୋଇଛି ।

ଭାରତ ସହିତ ଅନ୍ୟ କିଛି ଦେଶର ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅଭିଯୋଗ କରିଛନ୍ତି କି ଜିମେଲ ପଠାଇବା ଓ ଗ୍ରହଣ କରିବାରେ ଅସୁବିଧା ହେଉଛି । କହିରଖୁ କି ଜିମେଲ ଡାଉନ ହେବା ପରେ ଗୁଗଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । ଏପଟେ ବ୍ୟବହାରକାରୀମାନେ ଏହାର ତୁରନ୍ତ ସମାଧାନ ପାଇଁ ଗୁଗୁଲକୁ ଜଣାଇଛନ୍ତି ।