କନକ ବ୍ୟୁରୋ: କଳାହାଣ୍ଡି ଓଏଚପିସି ମୁଖିଗୁଡ଼ା ଜିଏମ ନାରାୟଣ ପ୍ରସାଦ ମେହେରଙ୍କ ଗଳିତ ଶବ ଉଦ୍ଧାର ଘଟଣାର ନୂଆ ମୋଡ଼ । ଟାୱାରରୁ ଡ଼େଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ଟାୱାର ଉପରୁ ଚପଲ ସହ ମୁଣ୍ଡର ଚୁଟି, ଚର୍ମ ଲାଗିଥିବା ତଦନ୍ତରୁ ଜଣାପଡ଼ିଛି । ଟାୱାରର ବାରରେ ପିଟି ହେବା କାରଣରୁ ତାଙ୍କ ଏସବୁ ଲାଗିଥିବା କୁହାଯାଉଛି ।

Advertisment

publive-image

ଗତ ୧୭ ତାରିଖରେ ଜିଏମ୍ ଅଫିସ ଯାଇ ନିଖୋଜ ରହିଥିଲେ ନାରାୟଣ ପ୍ରସାଦ । ପାଞ୍ଚ ଦିନ ପରେ ମୁଖିଗୁଡ଼ା ଏୟାରଟେଲ ଟାୱାର ତଳୁ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ପକ୍ଷରୁ ଏହାକୁ ହତ୍ୟା ଅଭିଯୋଗ କରାଯାଇଛି । ହତ୍ୟା କି ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ ।

publive-image

ସୂଚନା ଅନୁସାରେ, ଗତ ୧୭ ତାରିଖରୁ ଅଫିସକୁ ଆସି ନିଖୋଜ ଥିଲେ । ନିଖୋଜ ପରେ ତାଙ୍କ ପତ୍ନୀ ସୁରେଖା ମେହେର ମୁଖିଗୁଡ଼ା ଫାଣ୍ଡିରେ ନିଖୋଜ ଅଭିଯୋଗ କରିଥିଲେ । ନିଖୋଜକୁ ନେଇ ପୋଲିସ ତଦନ୍ତରେ ଶିଥିଲତାକୁ ପତ୍ନୀ ଚିନ୍ତାରେ ଥିବା ବେଳେ ୬ ଦିନ ପରେ ନିଖୋଜ ମ୍ୟାନେଜରଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ଟାୱାରରୁ ଡ଼େଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ । ତେବେ ମୁଖିଗୁଡ଼ା ଇନ୍ଦ୍ରାବତୀ ଓଏଚପିସିର ନିଖୋଜ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେରଙ୍କ ମୃତଦେହ ମୁଖିଗୁଡ଼ା ଏୟାରଟେଲ ଟାୱାର ନିକଟରୁ ଉଦ୍ଧାର କରାଯାଇଛି । ହତ୍ୟା କି ଆତ୍ମହତ୍ୟା ସେନେଇ ତଦନ୍ତ କରୁଛି ପୋଲିସ ।