୧୭ ବର୍ଷରେ ଦେଶ ପାଇଁ ହେଲେ ଗୌରବ: ମୋଦୀଜୀଙ୍କ ସହ ପାୟଲଙ୍କୁ ମିଳିଲା ‘ଗେମ୍ ଚେଞ୍ଜର ଟାଇଟଲ’

228

କନକ ବ୍ୟୁରୋ : ବୟସ ମାତ୍ର ୧୭ ।ହେଲେ କାର୍ଯ୍ୟ ଏପରି ଯାହାକୁ ପ୍ରଶଂସା କରୁଛି ସାରା ବିଶ୍ୱ । ଏପରି କିଛି କରି ଦେଖାଇଲେ ଯାହାକୁ ସାରା ବିଶ୍ୱ କରୁଛି ପ୍ରଶଂସା । ରାଜସ୍ଥାନ ଅଲୱାର ଜିଲ୍ଲାର ୧୭ ବର୍ଷିୟା ପାୟଲ ଜାନଗିତ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସ୍ୱର ଉଠାଇ ସମାଜରେ ଆଣିପାରିଛନ୍ତି ଏକ ବଡ ପରିବର୍ତ୍ତନ । ତାଙ୍କର ଏହି ଅଭିଯାନ ଯୋଗୁଁ ତାଙ୍କ ଗାଁ ହିନସିଲା ଓ ଅନ୍ୟ ପାଖ ଅଂଚଳରେ ମହିଳା ଶିକ୍ଷା କ୍ଷେତ୍ରରେ ମଧ୍ୟ ଅନେକ ସୁଧାରକ କାର୍ଯ୍ୟ କରିଛନ୍ତି । ଏଥିପାଇଁ ୨୦୧୯ରେ ତାଙ୍କୁ ଆମରିକାର ବିଲ ମିଲିଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ‘ଗୋଲ କିପର୍ସ ଗ୍ଲୋବାଲ ଗୋଲ୍ସ ଆୱାର୍ଡ’ ସମ୍ମାନରେ ସମ୍ମାନୀତ କରାଯାଇଛି । ଏଥିରେ ପ୍ରାୟଲଙ୍କୁ ଆମେରିକାବାସୀ ଗେମ୍ ଚେଂଜର ଭାବେ ସମ୍ବୋଧନ କରିଥିଲେ । ଏହି ସମ୍ମାନ ପାଇବାରେ ପାୟଲ ହେଉଛି ପ୍ରଥମ ଭାରତୀୟ ମହିଳା ।


କଥା ହେଉଛି ଏପରି, ପାୟଲଙ୍କୁ ମାତ୍ର ୧୧ ବର୍ଷ ହୋଇଥିବାବେଳେ ତାଙ୍କର ବିବାହ ଠିକ୍ କରିଥିଲେ ପରିବାର ଲୋକେ । ଏହାକୁ କଡା ବିରୋଧ କରିଥିଲେ ପାୟଲ । ଏହାପରେ ତାଙ୍କ ମନରେ ଦୃଢ ହୋଇଥିଲା ଏହି ସାମାଜିକ ବ୍ୟାଧି ବିରୋଧରେ ଲଢିବାକୁ । ତାଙ୍କ ମନର ଭାବନାକୁ ସାକାର ରୂପ ମଧ୍ୟ ଦେଇଥିଲେ । ସମାଜର କୌଣସିି କୁସଂସ୍କାରକୁ ମୂଳୋତ୍ପାଟନ କରିବାକୁ ପ୍ରଥମେ ଲୋକଙ୍କୁ ଶିକ୍ଷିତ କରିବାକୁ ପଡିବ ବୋଲି ଅନୁଭବ କରିଥିଲେ ପାୟଲ । ଆଉ ନିଜ ଅଭିଯାନରେ ବାହାରି ପଡିଥିଲେ । ପ୍ରଥମେ ନିଜ ଗାଁରୁ ଆରମ୍ଭ କରିଥିବା ଏହି ଅଭିଯାନରେ ଅନେକ ଲୋକଙ୍କ ମନ ପରିବର୍ତ୍ତନ ହେବା ଲକ୍ଷ୍ୟ କରିବା ପରେ ତାଙ୍କର ଏହି ଅଭିଯାନ ଆଖପାଖ ଇଲାକାରେ ଲୋକଙ୍କୁ ପ୍ରଭାବିତ କରିଥିଲା । ପ୍ରଥମେ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଥଟ୍ଟା ଟାପରାର ସମ୍ମୁଖୀନ ହେବାକୁ ପଡିଥିଲା । ହେଲେ ନିଜ ଲକ୍ଷ୍ୟ ପଥରୁ ଓହରି ନଥିଲେ ପାୟଲ । ଶେଷରେ ତାଙ୍କର ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ସମାଜର କଳଙ୍କିତ ରୀତି । କ୍ରମେ ଲୋକେ ତାଙ୍କର କଥାକୁ ଗୁରୁତ୍ୱ ଦେବାକୁ ଲାଗିଲେ । ତାଙ୍କର ଏହି ଅଭିଯାନ ପରେ ଘରେ ଅବଦ୍ଧ କରି ରଖୁଥିବା ଝିଅ ମାନଙ୍କୁ ପାଠ ପଢିବାକୁ ସ୍କୁଲ ପଠାଉଛନ୍ତି । ଏତେ କମ୍ ବିଷୟରେ ରକ୍ଷଣଶିଳ ସମାଜରେ ପାୟଲଙ୍କ ଏପରି କାମରେ ଖୁସି ହୋଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ ଗେଟ୍ସ ତାଙ୍କୁ ପ୍ରଶଂସା କରିଥିଲେ ।


ପାୟଲଙ୍କ ଅଭିଯାନରେ ଧିରେ ଧିରେ କିଛି ମହିଳା ସ୍ୱେଚ୍ଛାକୃତ ଭାବେ ସହଯୋଗର ହାତ ବଢାଇଲେ । ବାଲ୍ୟ ବିବାହ, ମହିଳାଙ୍କ ଶିକ୍ଷା ଓ ସେମାନଙ୍କ ପାଇଁ ଏକ ସ୍ୱଚ୍ଛ ବାତାବରଣ ସୃଷ୍ଟି ଦିଗରେ ଲୋକଙ୍କୁ ସଚେତନ କରିବାକୁ ପାୟଲ ବିଭିନ୍ନ ସ୍ଥାନରେ ରାଲି କରିବା ସହ ସ୍ଲୋଗାନ ଭରା ପୋଷ୍ଟର ମଧ୍ୟ ଲଗାଇଲେ । କେବଳ ରାଜସ୍ଥାନ କାହିଁକି ସାରା ବିଶ୍ୱରେ ଯେପରି ଝିଅ ମାନଙ୍କୁ ସେମାନଙ୍କର ନାଯ୍ୟ ଅଧିକାର ମିଳୁ ସେଥିପାଇଁ ପ୍ରତି ବାପାଙ୍କୁ ସେ ଅନୁରୋଧ ପୂର୍ଣ୍ଣ ବାର୍ତ୍ତା ଦିଅନ୍ତି । ତାଙ୍କର ଏହି ମାତ କାର୍ଯ୍ୟର ପ୍ରଶଂସାରେ ଶତମୁଖ ହୋଇଛନ୍ତି ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ।ତାଙ୍କର ଏହିି କାର୍ଯ୍ୟକୁ ସାରା ବିଶ୍ୱ ଦେଇଛି ସ୍ୱୀକୃତି ।