କନକ ବ୍ୟୁରୋ: ନିକଟରେ ପ୍ରକାଶ ପାଇଛି ୟୁଏନଡିପି ମାନବ ସମ୍ବଳ ବିକାଶ ରିପୋର୍ଟ । ଏଥିରେ ଜଣାପଡିଛି ଚିନ୍ତା, ଅବସାଦ, ରାଗ, ବଢିବାରେ ଲାଗିଛି । ଗତ ଦଶନ୍ଧି ଧରି ଏହା ରେକର୍ଡସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଦେଖାଯାଉଛି ଯେ ଅନେକ ଦେଶ ସେମାନଙ୍କ ସ୍ୱାସ୍ଥ୍ୟବଜେଟର ୨ ପ୍ରତିଶତକୁ ମାନସିକ ରୋଗ ପାଇଁ ବିନିଯୋଗ କରୁଛନ୍ତି ।  ଏହି ସମସ୍ୟାକୁ ନେଇ ଚେତାବନୀ ଦିଆଯାଇଛି ଯେ ଅନିଶ୍ଚିତତା, ଅସମାନତା, ଅସୁରକ୍ଷା କାରଣକୁ ବିଶ୍ୱାସରେ ଧିରେଧିରେ କମି ଆସୁଛି ।

Advertisment

ଧ୍ରୁବିକରଣ ଏବଂ ଅବିଶ୍ୱାସ ସାମାଜିକସ୍ତରର କଥାବାର୍ତା ଏବଂ ସାମୁହିକ ଆଲୋଚନାକୁ ଦବାଇବାର କ୍ଷମତା କମ କରିଚାଲିଛି । ବିଶ୍ୱସ୍ତରରେ ୩୦ ପ୍ରତିଶତରୁ କମ ଲୋକ ଭାବିଥାନ୍ତି ଯେ ଅଧିକାଂଶ ଲୋକଙ୍କ ଉପରେ ଭରସା କରାଯାଇପାରିବ । ତେବେ ୟୁଏନଡିପିର ରିପୋର୍ଟରେ କୁହାଯାଇଛି, କୋଭିଡ୍-୧୯ କାରଣରୁ ଏହା ଆଗକୁ ବଢିପାରୁନାହିଁ । ଏହାର ବିପରୀତ ପ୍ରତ୍ୟେକ କ୍ଷେତ୍ରରେ ବିକାଶଶୀଳ ଦେଶ ଦ୍ରୁତ ଗତିରେ ସାମାଜିକ, ରାଜନୈତିକ, ଆର୍ଥିକ ସ୍ଥିତିରେ ପ୍ରବେଶ କରୁଛନ୍ତି । ବିଶେଷ ଭାବରେ ସବୁଠାରୁ ଦୁର୍ବଳ ଏବଂ ଲୈଙ୍ଗିକ ସମାନତାରେ କାରଣରୁ ଏହିଭଳି ସ୍ଥିତି ଦେଖାଦେଇଛି ।

ତେବେ ପ୍ରମାଣ ମିଳିଛି ଯେ ଅଧିକ ମାନବୀୟ ଅସୁରକ୍ଷା କାରଣରୁ କମ ବ୍ୟକ୍ତିଗତ ଏଜେନ୍ସି ଏବଂ ବିଶ୍ୱାସ ସହ ଯୋଡିହୋଇରହିଛି । ସେହିଭଳି ଅଧିକ ଅସୁରକ୍ଷା, କମ ପାରସ୍ପରିକ ବିଶ୍ୱାସ ଏବଂ ଅଧିକ ଧ୍ରୁବୀକରଣ କାରଣର ସଂଯୋଜନ ମାନବ ବିକାଶ ସୁଚକାଙ୍କ ଅଧିକ ଆୟ କରିଥିବା ଦେଶ ଏବଂ କମ ଆୟ କରୁଥିବା ଦେଶରେ ପ୍ରଚଳିତ ରହିଛି । ଏହା ଛଡା ପାରସ୍ପରିକ ବିଶ୍ୱାସ ଏବଂ ମାନବ ସୁରକ୍ଷା ମଧ୍ୟରେ ଘନିଷ୍ଠ ସମ୍ପର୍କରହିଛି ।

ସାରାବିଶ୍ୱରେ ଜୀବନ ଓ ଜୀବିକାକୁ ପ୍ରଭାବିତ କରିଥିବା କରୋନା ମହାମାରୀକୁ ନେଇ ଏହି ରିପୋର୍ଟରେ କୁହାଯାଇଛି, ୨୦୨୧ରେ ଟିକାକରଣ କାରଣରୁ ୨୦ ମିଲିୟନ ମୃତ୍ୟୁକୁ ରୋକାଯାଇପାରିଛି । ତେବେ କମ ଆୟଦେଶରେ ଏହି ସ୍ଥିତି ଚିନ୍ତାର ବିଷୟ ପାଲଟିଥିଲା ।