ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ ପାଇଁ ସରକାରଙ୍କ ପଦକ୍ଷେପ ।

531

କନକ ବ୍ୟୁରୋ : ଟିକା ସଂଗ୍ରହ ପାଇଁ ଡକାଯିବ ଗ୍ଲୋବାଲ ଟେଣ୍ଡର । ରାଜ୍ୟବାସୀଙ୍କୁ ଯେମିତି ଟିକା ସୁବିଧାରେ ଉପଲବ୍ଧ ହୋଇପାରିବ, ସେନେଇ ପଦକ୍ଷେପ ନେଇଛନ୍ତି ସରକାର । ଟିକା ସଂଗ୍ରହ କରିବା ପାଇଁ ଗ୍ଲୋବାଲ ଟେଣ୍ଡର ଡାକିବେ ରାଜ୍ୟ ସରକାର । ଗ୍ଲୋବାଲ ଟେଣ୍ଡର ଜାରି ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ଏକ ବୈଷୟିକ କମିଟି ଗଠନ କରାଯିବ । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି ଜଣାଇଛି ରାଜ୍ୟ ।

ଟୀକା ଯେପରି ଓଡ଼ିଶାର ଲୋକ ସୁବିଧାରେ ପାଇପାରିବେ ସେଥିପାଇଁ ବିଶ୍ଵର ବିଭିନ୍ନ ଟୀକା କମ୍ପାନୀରୁ ଟୀକା ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାବାସୀଙ୍କ ପାଇଁ ଟୀକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟୀକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରଷିତ ରଖିବା ଏବଂ ଶୀଘ୍ର ରାଜ୍ୟରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସକଲ୍ପବଦ୍ଧ ଥିବା କୁହାଯାଇଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କଂପାନିରୁ ସରକାର ଟିକା ଆଣିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କଂପାନିରୁ ଟିକା ଆଣିବେ ସରକାର । ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ହେବ । ରାଜ୍ୟବାସୀଙ୍କୁ ସୁବିଧାରେ ଟିକା ଉପଲବ୍ଧ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗ୍ଲୋବାଲ ଟେଣ୍ଡର ପାଇଁ ବୈଷୟିକ କମିଟି ଗଠନ ହେବ । ଏହି କମିଟି ଟେଣ୍ଡର ବ୍ୟବସ୍ଥା ଉପରେ ବିଶଦ ଧ୍ୟାନଦେବ ।