କନକ ବ୍ୟୁରୋ: ଢେଙ୍କାନାଳରେ ଥିବା ବିରାସାଲ ସ୍ଥିତ ବିଜୁ ପଟ୍ଟନାୟକ ଏରୋସ୍ପେସ ଏକାଡେମୀକୁ ବିଶ୍ୱସ୍ତରୀୟ ପାଇଲଟ ଟ୍ରେନିଂ ସେଣ୍ଟର ପରିଣତ କରାଯିବ । ଏହି ସେଣ୍ଟରରେ ପ୍ରତ୍ୟେକ ବର୍ଷ ୫ ଶହ ପାଇଲଟଙ୍କୁ ତାଲିମ ପ୍ରଦାନ କରାଯିବ । ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଏଥିପାଇଁ ୨ ଶହ ୭୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।
ସେହିଭଳି ପୁରୀଠାରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ସହ କୋରାପୁଟ ସ୍ଥିତ ଜୟପୁର ବିମାନବନ୍ଦର, କଳାହାଣ୍ଡିର ଉତକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡା, ମାଲକାନଗିରି ଏୟାରଷ୍ଟ୍ରିପର ନବୀକରଣ ଏବଂ ସମ୍ପ୍ରସାରଣ ପାଇଁ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/8-20.jpg)