୬ ଘଣ୍ଟା ପରେ ପୁନଃ ଚାଲୁ ହେଲା ସୋସିଆଲ ମିଡିଆ ସାଇଟ୍ : ଖୋଲିଲା ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍

252

କନକ ବ୍ୟୁରୋ : ୬ ଘଣ୍ଟା ପରେ ପୁନଃ ଚାଲୁ ହେଲା ସୋସିଆଲ ମିଡିଆ ସାଇଟ୍ । ପୁଣି ଖୋଲିଲା ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଓ ମେସେଞ୍ଜର । ସର୍ଭରଡାଉନ ଯୋଗୁ ଗତ କାଲି ରାତି ୯.୧୫ ମିନିଟରୁ ବନ୍ଦ ହୋଇଯାଇଥିଲା ସେବା । ତେବେ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେବା ବନ୍ଦ ରହିଥିବା ବେଳେ ସକାଳୁ ସେବା ପୁନଃ ଚାଲୁ ହୋଇଛି । ଫେସବୁକର ନିର୍ମାତା ମାର୍କ ଜୁକରବର୍ଗ ଏଥିପାଇଁ ଦୁଖ ପ୍ରକାଶ କରିବା ସହ ସେବା ଫେସବୁକ୍, ଇନଷ୍ଟାଗ୍ରାମ , ହ୍ୱାଟସଆପ ସେବା ପୁନଃ ଚାଲୁ ହୋଇଥିବା ନେଇ ସୂଚନା ଦେଇଛନ୍ତିି ।

ସେ କହିଛନ୍ତି, ମୁଁ ଜାଣିଛି ଆପଣମାନେ ଆମ ଉପରେ କେତେ ନିର୍ଭରଶୀଳ । ଏଥିସହିତ ସୋସିଆଲ ମଡିଆ ସହ ଯୋଡି ହୋଇ ରହିବା ପାଇଁ ସେ କହିଛନ୍ତି । ଗତକାଲି ରାତିରୁ ସାମାଜିକ ଗଣମାଧ୍ୟମର ଏହି ମୁଖ୍ୟ ଆପ ଗୁଡିକ କାମ ନକରିବାରୁ କୌଣସି ମେସେଜ ଆଦାନପ୍ରଦାନ ହୋଇପାରିନଥିଲା ।  ଉଭୟ ସ୍ମାର୍ଟ ଫୋନ୍ ଓ ୱେବସାଇଟରେ ଏଭଳି ଅସୁବିଧା ଦେଖିବାକୁ ମିଳିଥିଲା ।  ବିଶେଷକରି ଭାରତରେ ହ୍ୱାଟ୍ସଆପ୍, ଫେସବୁକ୍ ଓ ଇନଷ୍ଟାଗ୍ରାମରେ କୋଟି କୋଟି ବ୍ୟବହାରକାରୀ ରହିଥିବାରୁ ଏଭଳି ଅସୁବିଧା ପାଇଁ ଲୋକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡିଥିଲା ।  ତେବେ ସର୍ଭର ଡାଉନର ପ୍ରକୃତ କାରଣ କଣ ଜଣାପଡିନାହିଁ ।