ପାରୋଲରେ ଗ୍ୟାଙ୍ଗଷ୍ଟର ରାଜା ଆଚର୍ଯ୍ୟ । ପାରୋଲରେ ଯିବା ପାଇଁ ହାଇାକୋର୍ଟ ସର୍ତମୂଳକ ଅନୁମତି ଦେଇଥିଲେ । ଏପ୍ରିଲ ୨୧ରେ ସେ ପୁଲିସ ନିକଟରେ ଆତ୍ମସମର୍ପଣ କରିବେ । ମାଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ସହିତ ଅନ୍ୟ କେତେକ ବ୍ୟକ୍ତିଗତ କାରଣ ଦର୍ଶାଇ ରାଜା ପାରୋଲ ପାଇଁ ଆବେଦନ କରିଥିଲେ । ଜୁଡୋ କୋଚ ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଝାରପଡା ଜେଲରେ ସଜା କାଟୁଥିଲେ ରାଜା ଆଚାର୍ଯ୍ୟ । ୨୦୦୮ ମସିହାରେ ହୋଇଥିବା ବିରଚିଂ ଦାସ ହତ୍ୟାକାଣ୍ଡ ମାମଲାରେ ୨୦୧୦ ଡିସେମ୍ବର ୧୭ରେ ଭୁବନେଶ୍ୱର ଫାଷ୍ଟ ଟ୍ରାକ କୋର୍ଟ ରାଜାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଇତିମଧ୍ୟରେ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡକୁ ବିତିଛି ଆଠ ବର୍ଷ । ପୁଣିଥରେ ମନକୁ ଆପଣାଛାଏଁ ଚାଲି ଆସିଛି ୨୦୦୮ ମସିହା ଏପ୍ରିଲ ୧୩ ତାରିଖ ସଂନ୍ଧ୍ୟାର କଳା କାହାଣୀ । ହତ୍ୟାକାଣ୍ଡ ପଛର ପ୍ଲଟ୍ । ଦେଖିବା ସ୍ପେଶାଲ ରିପୋର୍ଟ ଗ୍ଲାମର୍ ଗ୍ୟାଙ୍ଗଷ୍ଟର୍ ଓ ବିରଂଚି ଦାସ ।
କାହାଣୀରେ ଥିଲା ସବୁକିଛି । ରକ୍ତଛିଟା ସହ ଗ୍ଲାମର କନେକ୍ସନ୍ । ଗ୍ୟାଙ୍ଗଷ୍ଟର୍ର ଖତରନାକ୍ ଖଳନାୟକୀ । ସହଯୋଗୀଙ୍କ ଭୟଙ୍କର ଭିଲେନି । ଆତ୍ମରକ୍ଷାର ପ୍ରଶିକ୍ଷଣ ଦେଉଥିବା ଜଣେ ସଚ୍ଚା ପ୍ରଶିକ୍ଷକଙ୍କ ମୁଣ୍ଡ ଗଡ଼ିବାର କଳା କାହାଣୀ । କାହାଣୀ ଥିଲା ତ୍ରିକୋଣୀୟ । ଅଭିନେତ୍ରୀ ଲେସଲି ତ୍ରିପାଠୀ ଥିଲେ ଗୋଟିଏ କୋଣରେ । ଅନ୍ୟ କୋଣଗୁଡ଼ିକରେ ଥିଲେ ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟ ଓ ଜୁଡ଼ୋ କୋଚ୍ ବିରଂଚି ଦାସ । ଏହା ବ୍ୟତୀତ ଅନେକ ପାଶ୍ୱର୍ଚରିତ୍ର ମଧ୍ୟ ଥିଲେ କାହାଣୀରେ । ୨୦୦୮ ମସିହା ଏପ୍ରିଲ ୧୩ ତାରିଖ । ସ୍ଥାନ - ଭୁବନେଶ୍ୱର ବିଜେପି କଲେଜ ନିକଟ ବିରଂଚି ଦାସଙ୍କ ଜୁଡ଼ୋ ଟ୍ରେନିଂ ସେଂଟର୍ । ସଂନ୍ଧ୍ୟା ସମୟ । ହଠାତ ଶୁଭିଥିଲା ଗୁଳିର ଆୱାଜ୍ । ଆତତାୟୀର ଗୁଳିମାଡ଼ରେ ସେଇଠି ଟଳି ପଡ଼ିଥିଲେ ବିରଂଚି ଦାସ । ନୀରବ ହୋଇଯାଇଥିଲା ଟ୍ରେନିଂ ସେଂଟର୍ । ବିରଂଚିଙ୍କ ହତ୍ୟା ଖବର ବ୍ୟାପି ଯାଇଥିଲା ସାରା ସହରକୁ । ପୁଲିସର ଆରମ୍ଭ ହୋଇଯାଇଥିଲା ଛାନ୍ ଭିନ୍ । ଶେଷକୁ ପୁଲିସ୍କୁ ମିଳିଥିଲା ଖିଅ । ଅଭିନେତ୍ରୀ ଲେସଲି ତ୍ରିପାଠୀଙ୍କ ପ୍ରତି ଗ୍ୟାଙ୍ଗଷ୍ଟର୍ ରାଜା ଆଚାର୍ଯ୍ୟଙ୍କ ଏକତରଫା ପ୍ରେମ ଆଧାରରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଥିଲା । କାରଣ ଏହି ମାମଲରେ ଜୁଡ଼ୋ କୋଚ୍ ବିରଂଚି ବିରୋଧ୍ କରିଆସୁଥିଲେ ରାଜାଙ୍କୁ । ସମୟକ୍ରମେ ଗିରଫ ହୋଇଥଲେ ରାଜା । ନ୍ୟାୟିକ ବ୍ୟବସ୍ଥା ରାଜାଙ୍କୁ ଶୁଣାଇଥିଲା ଆଜୀବନ କାରାଦଣ୍ଡ । ଜେଲ୍ ଯାଇଥିଲେ ରାଜା ହେଲେ ସେତେବେଳକୁ ଅବେଳରେ ଝରିସାରିଥିଲା ଜଣେ କୋଚର ଜୀବନ ।
ଜୁଡ଼ୋ କୋଚ ବିରଂଚି ଦାସ । କୁନି ଧାବକ ବୁଦ୍ଧିଆ ସିଂଙ୍କ ମାରାଥନ୍ ଦୌଡ଼କୁ ନେଇ ଆସିଥିଲେ ଚର୍ଚ୍ଚାକୁ । ଭୁବନେଶ୍ୱରରୁ ପୁରୀ ୬୫ କିଲୋମିଟର ରାସ୍ତା । ବିରଂଚିଙ୍କ ତତ୍ୱାବଧାନରେ ଏହାକୁ ପାର୍ କରିବାକୁ ବୁଦ୍ଧିଆଙ୍କୁ ଲାଗୁଥିଲା ମାତ୍ର ୪୨ ମିନିଟ । ବୁଦ୍ଧିଆଙ୍କୁ ସେତେବେଳେ ମାତ୍ର ୪ ବର୍ଷ । ୪ ବର୍ଷ ବୟସରେ ବୁଦ୍ଧିଆ ବନିଯାଇଥିଲେ ବିଶ୍ୱର କନିଷ୍ଠ ମାରାଥନ୍ ରନର । ଲିମକା ବୁକରେ ମିଳିଥିଲା ସ୍ଥାନ । ତେବେ ବିରଂଚିଙ୍କର ଯେତେ ପ୍ରଶଂସକ ଥିଲେ ସେତିକି ବିରୋଧୀ ମଧ୍ୟ ଥିଲେ । ବିରଂଚି ହତ୍ୟା କାଣ୍ଡ ପରେ ଏକପ୍ରକାର ଅନିଶ୍ଚିତତା ଆଡ଼କୁ ଠେଲି ହୋଇ ଯାଇଥିଲା ବୁଦ୍ଧିଆଙ୍କ କ୍ୟାରିୟର୍ । ଜୁଡ଼ୋ କୋଚ୍ ବିରଂଚି ଦାସ ହତ୍ୟାକାଣ୍ଡ ଏବେ ଅତୀତର ପୃଷ୍ଠାରେ । ହେଲେ ଗ୍ଲାମର୍ ଆଉ ଗ୍ୟାଙ୍ଗଷ୍ଟର୍ର ଏହି କାହାଣୀରେ ଅବେଳରେ ପୂର୍ଣ୍ଣଚ୍ଛେଦ ପଡ଼ି ଗଲା ବିରଂଚିଙ୍କ ଜୀବନରେ । ଆଜି ନାହାନ୍ତି ଏହି କୋଚ୍ ଅଛି କେବଳ ସ୍ମୃତି ।
ବିରଂଚି ଦାସ । ଗ୍ୟାଙ୍ଗଷ୍ଟର୍ର ଗ୍ଲାମର୍ ଗେମ୍ରେ ବଳି ପଡ଼ିଥିବା ମଣିଷର କଳା କାହାଣୀ ଆଜି ଅତୀତର ପୁରୁଣା ପୃଷ୍ଠାରେ । ହେଲେ ଦିନ ଥିଲା ବିରଂଚିଙ୍କୁ ଡକା ପଡୁଥିଲା ରାଜ୍ୟର କୋଣ ଅନୁକୋଣରୁ । ଅନୁରୋଧ ଥିଲା ତାଙ୍କ ତତ୍ୱାବଧାନରେ ତାଲିମ୍ ନେଉଥିବା ବିସ୍ମୟ ବାଳକ ବୁଦ୍ଧିଆ ସିଂର କମାଲ କରିସ୍ମା ପାଇଁ । ଖୁବ ଅଳ୍ପ ସମୟ ମଧ୍ୟରେ ବିରଂଚି ଚମକିଥିଲେ ଜଣେ ତାରକା ପରି । ତେବେ ସେ ତାରକାର ଆୟୁକାଳ ଥିଲା ଅଳ୍ପ । କିନ୍ତୁ ଜୀବନର ଦୈର୍ଘ୍ୟ ଉପରେ ଭାରି ପଡ଼ିଥିଲା ଜୀବନର ଉଚ୍ଚତା । ଯୁବବୟସରେ ବିରଂଚି ବନିସାରିଥିଲେ ଏକ ଆଦର୍ଶ । ବୁଦ୍ଧିଆଙ୍କୁ ଜଣେ ପ୍ରତିଷ୍ଠିତ ଧାବକ ରୂପେ ଗଢ଼ି ତୋଳିବାକୁ ବିରଂଚିଙ୍କୁ ମିଳୁନଥିଲା ଫୁର୍ସତ୍ । ଏହି କାରଣରୁ ପରବର୍ତୀ ସମୟରେ ବୁଦ୍ଧିଆ ଓ ବିରଂଚିଙ୍କ କାହାଣୀକୁ ନେଇ ବିବିସି ପକ୍ଷରୁ ତିଆରି ହୋଇଥିଲା ଡକୁ୍ୟମେଂଟାରୀ ମାରାଥନ୍ ବୟ । ଯେଉଁଥିରେ ବୁଦ୍ଧିଆ ଜୀବନରେ ବିରଂଚିଙ୍କ ଗୁରୁତ୍ୱକୁ ପରିବେଷଣ କରାଯାଇଥିଲା ସୁନ୍ଦରଭାବେ । ହେଲେ ଏହାକୁ ଦେଖିବାକୁ ସଶରୀରେ ନଥିଲେ ବିରଂଚି । ପ୍ରେମ ପ୍ରତିଶୋଧର ଅଡୁଆ ଜାଲରେ ବଳି ପଡ଼ିଥିଲେ ବିରଂଚି । ଆଜି କାହାଣୀରେ ଚମକ ନଥିଲା । ଗ୍ୟାଙ୍ଗଷ୍ଟର୍ କଲା କାମର ସଜା କାଟୁଥିଲା ଜେଲରେ । କାହାଣୀର ମୁଖ୍ୟ ଆଧାର ଥିଲେ ପରପାରିରେ ।
aòeõPò I aê¡ò@û ö Cbd Cbdu aò^û <òùf @>êeû I @iµì‰ð ö aê¡ò@ûu _ûAñ aòeõPò @ûiò<òùf PyûðKê I aòeõPòu ù~ûMê aê¡ò@û _ûA<òùf _eòPd I _âZòÂû ö @ûRò jêG Z aòeõPò RúaòZ <òùf aê¡ò@ûu Kýûeòdeþ bò^Ü eì_ ù^A<û«û ö @«RûðZúd cõPùe aê¡ò@û eûRý _ûAñ a^ò<ûù« Mað I ùMøea ö ùZùa aòeõPò \ûi jZýûKûŠ a\kûA ù\A<òfû iaêKòQò ö