କନକ ବ୍ୟୁରୋ : ମହାରାଷ୍ଟ୍ରର ଔରଙ୍ଗାବାଦର ଚାଷୀ ଜ୍ଞାନେଶ୍ୱର ଓଟେଙ୍କ ଧନ ଜନ ଆକାଉଂଟରେ ୧୫ଲକ୍ଷ ଟଙ୍କା ଡିପୋଜିଟ ହୋଇଛି । ତେବେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଜମା କରିଛନ୍ତ ବୋଲି ଭାବି ନେଇଥିଲେ ସମ୍ପୃକ୍ତ ଚାଷୀ ଜଣକ । ଏବଂ ଏଥିରୁ ୯ଲକ୍ଷ ଟଙ୍କା କାଢି ଘର ନିର୍ମାଣ କରିଛନ୍ତି । ଗତ ଅଗଷ୍ଟ ମାସରେ ଜ୍ଞାନେଶ୍ୱର ଓଟେଙ୍କ ଜନ ଧନ ଆକାଉଂଟରେ ୧୫ଲକ୍ଷ ୩୪ହଜାର ୬୨୪ଟଙ୍କା ଜମା ହୋଇଥିଲା ।
ହଠାତ ଆକାଉଂଟକୁ ଏତେ ଗୁଡାଏ ଟଙ୍କା ଆସିବାରୁ ଆଶ୍ଚର୍ଯ୍ୟ ହେବା ସହ ଖୁସିରେ ଫାଟି ପଡିଥିଲେ ଜ୍ଞାନେଶ୍ୱର । ଭାବିଥିଲେ ବିରୋଧୀ ଯେପରି ଦାବି କରିଥିଲେ ଯେ ପ୍ରଧାନମନ୍ତ୍ରୀ ୨୦୧୪ରେ ପ୍ରତିଶ୍ରୁତି ଦେଇଥିଲେ କି ଶାସନକୁ ଆସିଲେ ସମସ୍ତଙ୍କ ବ୍ୟାଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଜମା ହେବ ଏବଂ ପୂର୍ବ ଘୋଷଣା ମୁତାବକ ବୋଧହୁଏ କେନ୍ଦ୍ର ସରକାର ତାଙ୍କ ବ୍ୟାଙ୍କ ଖାତାରେ ୧୫ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି । କିଛି ଦିନ ଅପେକ୍ଷା କରିବା ପରେ ସେଥିରୁ ୯ଲକ୍ଷ ଟଙ୍କା ଉଠାଇ ଘର ବି ତିଆରି କରିଦେଲେ । ହେଲେ ଏବେ ତାଙ୍କ ମୁଣ୍ଡରେ ପଡିଛି ଚଡକ । ବ୍ୟାଙ୍କ କହୁଛି ଆଉ ଜଣଙ୍କ ଆକାଉଂଟ ଟଙ୍କା ଟ୍ରାନ୍ସଫର କରୁ କରୁ ଭୁଲରେ ଜ୍ଞାନେଶ୍ୱରଙ୍କ ଆକାଉଂଟକୁ ଚାଲିଯାଇଛି ଟଙ୍କା ।
ଆଉ ଏବେ ଟଙ୍କା ଫେରାଇବା ପାଇଁ ବ୍ୟାଙ୍କ ତାଗିଦ ପରେ ତାଗିଦ କରି ଚାଲିଛି । ଗତ ଡିସେମ୍ବର ମାସରେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଫାଇନାନ୍ସ କମିଶନଙ୍କ ପକ୍ଷରୁ ପିମ୍ପଲୱାଡି ଗ୍ରାମ ପଂଚାୟତ ପାଇଁ ଯୋଗାଇ ଦିଆଯାଇଥିବା ପାଣ୍ଠି ଭୁଲବଶତଃ ଜ୍ଞାନେଶ୍ୱରଙ୍କ ଆକାଉଂଟରେ ଜମା ହୋଇଯାଇଛି । ଏବେ ବ୍ୟାଙ୍କ ଅଧିକାରୀ, ଗ୍ରାମ ପଂଚାୟତ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ପରସ୍ପର ଉପରେ ଦୋଷ ଲଦୁଛନ୍ତି । ତେବେ ସମସ୍ତେ ଏବେ ଜ୍ଞାନେଶ୍ୱର ଟଙ୍କା ଫେରସ୍ତ କରନ୍ତୁ ବୋଲି କହୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/17-15.jpg)