ଟିକା କରଣ ପାଇଁ ପୁଣି ଥରେ ତାଲିକା ମାଗିଲା କେନ୍ଦ୍ର । ୭ ଦିନ ଭିତରେ ପୋଟାଲରେ ନାମ ଅପଲୋଡ଼ ପାଇଁ ନିର୍ଦ୍ଦେଶ । ଯେମିତି କୌଣସି ସ୍ୱାସ୍ଥ୍ର୍ୟକର୍ମୀ ବାଦ ପଡ଼ିବେ ନାହିଁ ସେନେଇ ସ୍ୱାସ୍ଥ୍ୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ଚିଠି

109

କନକ ବ୍ୟୁରୋ : ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି କରୋନା ପାଇଁ ଟିକାକରଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ସମ୍ୟକ୍ ସୂଚନା ଦେଇଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ଟିକାକରଣ ସମୟରେ ଯେମିତି କୌଣସି ସ୍ୱାସ୍ଥ୍ୟକର୍ମୀ ବାଦ୍ ନପଡନ୍ତି ତାହାକୁ ଗୁରୁତ୍ୱ ଦିଆଯାଇଛି । ଏହା ସହ ପୁଣିଥରେ ବାଦ ପଡିଥିବା ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରି ପୋଟାଲରେ ଅପଲୋଡ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ଜିଲ୍ଲାପାଳ ଓ ମହାନଗର କମିଶନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ୭ ଦିନ ମଧ୍ୟରେ ପୋଟାଲରେ ନାମ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୩ ଲକ୍ଷ ୨୬ ହଜାର ୫୪୪ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ରାଜ୍ୟସରକାର ପ୍ରସ୍ତୁତ କରିଥିବା ସୂଚନା ମିଳିଛି ।

କହିରଖୁ କି କେନ୍ଦ୍ରସରକାର ଏଯାଏଁ କୌଣସି କମ୍ପାନୀର ଟିକାକୁ ଅନୁମତି ଦେଇ ନାହାନ୍ତି । ହେଲେ ଦେଶରେ ଟିକାକରଣ ପୂର୍ବରୁ ଯାହା ଯାହା ପ୍ରସ୍ତୁତ କରିବା କଥା ସେନେଇ କେନ୍ଦ୍ରସରକାର ତତ୍ପରତା ଦେଖାଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୂୁତାବକ ଟିକା ଆସିଲେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ , ବୃଦ୍ଧ, ବୃଦ୍ଧା, ଶିଶୁ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ । ହେଲେ ଟିକାକରଣ ପୂର୍ବରୁ ଟିକାକୁ ମହଜୁତ ରଖିବା । ବିଯୁକ୍ତ ତାପମାତ୍ରରେ ଭ୍ୟାକ୍ସିନକୁ ସଂରକ୍ଷଣ କରିବା ଓ ଟିକାକରଣରେ ନିୟୋଜିତ ହେବାକୁ ଥିବା କର୍ମଚାରୀ ମାନଙ୍କୁ ତାଲିମ୍ ଦେବା ଭଳି କାର୍ଯ୍ୟ କେନ୍ଦ୍ରସରକାରଙ୍କ ଦ୍ୱାରା ତୁରାନ୍ୱିତ କରାଯାଉଛି ।