ମାସ୍କକୁ ନେଇ ଅଜବ ନିୟମ । ଏହି କାଫେକୁ ମାସ୍କ ପିନ୍ଧି ଆସିଲେ ଦେବେ ଅତିରିକ୍ତ ଟଙ୍କା । କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

101

କନକ ବ୍ୟୁରୋ: ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତ ସହ ଅନେକ ଦେଶ ରହିଛି ଯେଉଁଠି ମାସ୍କ ବହାରକୁ ବାଧ୍ୟତାମୂଳକ କରାଯାଇଛି । ଭାରତରେ ମାସ୍କ ନ ପିନ୍ଧିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ କରାଯାଉଛି । ସେପଟେ ଦୋକାନୀ ମାନଙ୍କୁ ମଧ୍ୟ ମାସ୍କ ନିୟମ ପାଳନ କରିବାକୁ କୁହାଯାଉଛି । ହେଲେ ଆପଣ ଜାଣିଛନ୍ତି କି ଦୁନିଆରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି ଯେଉଁଠି ରେଷ୍ଟୁରାଣ୍ଟ ମାଲିକ ଏକ ଅଜବ ନିୟମ କରିଛନ୍ତି । ମାସ୍କ ପିନ୍ଧିଥିବା ଲୋକ ଏହି ରେଷ୍ଟୁରାଣ୍ଟରେ ୫ ଡଲାର ଅତିରିକ୍ତ ଟଙ୍କା ଦେଇଥାନ୍ତି ।

ଆମେରିକାର କାଲିଫର୍ଣ୍ଣିଆରେ ଥିବା ଫିଡଲହେଡ କାଫେରେ ଏଭଳି ଅଜବ ନିୟମ କରାଯାଇଛି । ରେଷ୍ଟୁରାଣ୍ଟର ମାଲିକ ଏଭଳି ନିୟମ ଜାରି କରିଛନ୍ତି । ତାଙ୍କ ରେଷ୍ଟୁରାଣ୍ଟକୁ ଆସିବାକୁ ହେଲେ ଆପଣ ମାସ୍କ ପିନ୍ଧି କିମ୍ବା ନପିନ୍ଧି ମଧ୍ୟ ଆସିପାରିବେ । ହେଲେ ଏଠାରେ ମାସ୍କ ପିନ୍ଧିଥିବା ଲୋକଙ୍କଠାରୁ ଅଧିକ ଟଙ୍କା ଦେବାକୁ ପଡେ । ତେବେ କାହିଁକି ଏଭଳି ଅଜବ ନିୟମ କରିଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଆସନ୍ତୁ ଜାଣିବା ।

କରୋନାରୁ ବଞ୍ଚିବା ପାଇଁ ମାସ୍କ ଗୁରୁତ୍ୱପୂର୍ଣ୍ଣ ହେଲେ ଏଠାରେ ରେଷ୍ଟୁରାଣ୍ଟ ମାଲିକଙ୍କ ଏଭଳି ନିୟମ ସମସ୍ତଙ୍କୁ ଚକିତ କରିଦେଇଛି । ରେଷ୍ଟୁରାଣ୍ଟ ମାଲିକଙ୍କ କହିବାନୁସାରେ ସେ ମାସ୍କ ନିୟମର ବିପକ୍ଷରେ । ତାଙ୍କ ମତରେ ମାସ୍କ ନପିନ୍ଧି ମଧ୍ୟ କରୋନାକୁ ରୋକା ଯାଇ ପାରିବ । ଆଉ ତାଙ୍କ ଚିନ୍ତାଧାରା ପରି ଅନ୍ୟ ଲୋକମାନେ ଏଭଳି ଚିନ୍ତା ରଖୁଛନ୍ତି । ତେଣୁ ସେ ତାଙ୍କ ରେଷ୍ଟୁରାଣ୍ଟରେ ଏଭଳି ନିୟମ କରିଛନ୍ତି ।

ଲକଡାଉନ ବେଳେ ତାଙ୍କ ରେଷ୍ଟୁରାଣ୍ଟ ଅନେକ କ୍ଷତି ସହିଛି । ତେଣୁ ଗ୍ରାହକଙ୍କଠାରୁ ୫ ଡଲାର ଅର୍ଥାତ ଯାହାର ଭାରତୀୟ ମୂଲ୍ୟ ୩୬୩ ଟଙ୍କା ଦେବାକୁ ପଡିବ । ହେଲେ ଏହି ଟଙ୍କାକୁ ରେଷ୍ଟୁରାଣ୍ଟ ମାଲିକ ନିଜେ ଖର୍ଚ୍ଚ କରୁନାହାନ୍ତି ବରଂ ଏହାକୁ ସେ ଚ୍ୟାରିଟିକୁ ପଠାଉଛନ୍ତି ।

ମାସ୍କକୁ ନେଇ ସାରା ବିଶ୍ୱ ଗୋଟିଏ ନିୟମ କରିଥିବା ବେଳେ ଆମେରିକାରେ ଥିବା ଏହି ରେଷ୍ଟୁରାଣ୍ଟ କିନ୍ତୁ ଅଲଗା ନିୟମ କରିଛନ୍ତି । ସେ ତାଙ୍କ ନିଜସ୍ୱ ଚିନ୍ତାଧାରକୁ ନେଇ ଏଭଳି ନିୟମ ଜାରି କରିଥିବା କୁହାଯଛି । ଆମେରିକା ମଧ୍ୟ ମାସ୍କ ଫ୍ରି ହୋଇଯାଇଥିବାରୁ ବ୍ୟକ୍ତିଙ୍କ ବିରୋଧରେ କାଯ ର୍୍ୟାନୁଷ୍ଠାନ ନିଆଯାଉନାହିଁ ।