କନକ ବ୍ୟୁରୋ: ଆଉ ଟସର ସୁତା ନୁହେଁ ଏରୀ ବା ଅହିଂସା ସୁତାରେ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପାଟ ପନ୍ଧିବେ ମହାପ୍ରଭୁ । ରାଜ୍ୟ ସରକାରଙ୍କ ଘୋଷଣା ପରେ ଏବେ ପ୍ରଥମ କରି କଟକ ନୂଆପାଟଣା ଗାଁରେ ବୁଣା ଚାଲିଛି ଏରୀ ସୁତାର ଖଣ୍ଡୁଆ ପାଟ । ଆଗରୁ ଟସର ପୋକକୂ ମରାଯାଇ ସେଥିରୁ ସୁତା ପ୍ରସ୍ତୁତି କରାଯାଉଥିଲା । ଜାହାକୁ ସରକାର ବନ୍ଦ କରିବା ସହ ନୂଆ ପ୍ରଣାଳିରେ ପୋକ ନମାରୀଯାଇ ଏରୀ ସୁତାକୁ ପ୍ରସ୍ତୁତି କରାଯାଉଛି । ସେହି ଏରୀ ବା ଅହିଂସା ସୁତାରେ ମହାପ୍ରଭୁ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଙ୍କ ପାଇଁ ଖଣ୍ଡୁଆପାଟ ପ୍ର୍ରସ୍ତୁତି କରାଯାଇଛି । କଟକ ଜଲ୍ଲା ନୁଆପାଟଣା ନଂ ୧ ସୋସାଇଟ ରେ ଏହି ବସ୍ତ୍ର ବୁଣାଚାଲିଛି । ଯାହାକି ଜନ୍ମ ଦିନରେ କେନ୍ଦ୍ରାପଡ଼ା ର ବଳଭଦ୍ର ମହାପ୍ରଭୁ ପରିଧାନ କରିବେ । ଯାହାକୁ ପ୍ରସ୍ତୁତ କରି ସୋସାଇଟ ର ସମସ୍ତ ବୁଣାକାର ଖୁସି ହେବାସହ ସରକାର ଏହି ସୋସାଇଟକୁ ଏଭଳି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ।
ଶ୍ରୀଜିଉଙ୍କ ପାଇଁ ସାତିକ ପାଟ: ଏରୀ ବା ଅହିଂସା ସୂତାରେ ତିଆରି ଗୀତଗୋବିନ୍ଦ ଖଣ୍ଡୁଆ ପାଟ
/kanak/media/post_attachments/wp-content/uploads/2023/08/20-10.jpg)