ବାପାମା’ଙ୍କୁ ହରାଇ ବେସାହାର ଗୀତାଂଜଳୀ: ମୁଣ୍ଡ ଗୁଂଜିବାକୁ ନାହିଁ ଘର, ପଡ଼ୋଶୀଙ୍କ ସାହାରାରେ ବିତୁଛି ଜୀବନ 

162

କନକ ବ୍ୟୁରୋ: ପିଲାଟିଦିନରୁ ମାଁ କୁ ହରେଇଥିଲା, ବର୍ତମାନ ବାପାଙ୍କୁ ହରାଇ ବେସାହାରା ହୋଇଯାଛି ଗୀତାଞ୍ଜଳୀ,ଆଗକୁ ଆଉ କେହି ନାହିଁ କି ପଛକୁ ତାର କେହି ନାହିିଁ  । ପାହାଡ ଉପରେ ଭଙ୍ଗା ଝାଟିମାଟି ଘର  । ସେ ଘର ଭିତରେ ଏକାକି ଗୀତଞ୍ଜଳୀ । ବଢିଲା ବୟସ, ଯୁକ୍ତ ୩ ର ପ୍ରଥମ ବର୍ଷ ର ଛାତ୍ରୀ  । ଓଳିଏ  ଖାଇଲେ, ଓଳିଏ ଉପାସ  ବସ୍ତି ବାସିନ୍ଦା ଙ୍କ ସୟାରେ ବଞ୍ଚିଛି  ଗୀତାଞ୍ଜଳୀ  । ଆମେ କହୁଛୁ କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନମନ୍ଦିରସାହି ର ପାହଡ ଉପରେ ରହୁଥିବା ଗିତଞ୍ଜଳୀ ର କଥା  ।

ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଝାଟିମାଟିର ଭଙ୍ଗା ଦଦରା ଘରେ ଏକୁଟିଆ ରହୁଛନ୍ତି ଗୀତାଂଜଳି  । ସେ ଫୁଲବାଣି ମହାବିଦ୍ୟାଳୟରେ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ  । ଉଭୟ ବାପା ମା’ଙ୍କୁ ହରାଇ ସେ ଏବେ ସମ୍ପୂର୍ଣ୍ଣ ଏକୋଟିଆ ହୋଇପଡ଼ିଛନ୍ତି  । ସେ ଛୋଟ ଥିବା ସମୟରେ ମାଁ ଆରପାରିକୁ ଚାଲିଯାଇଥିବା ବେଳେ, ବାପାଙ୍କର ଦୁଇ ମାସ ତଳେ ପରଲୋକ ହୋଇଛି  ।

ବାପା ବଞ୍ଚିଥିବା ସମୟରେ ଏହି ମାଟିଝାଟି ଘରଟି କରିଥିଲେ ଏବଂ ମୂଲମଜୁରୀ କରି ଗୀତାଞ୍ଜଳୀଙ୍କୁ ପାଠ ପଢ଼ାଉଥିଲେ  । ବର୍ତମାନ ବାପା ଆରପାରିକୁ ଚାଲିଯାଇଥିବାବେଳେ ଗୀତାଂଜଳୀ ଏକା ହୋଇଯାଇଛନ୍ତି   । ପଡ଼ୋଶୀମାନେ ବାପାଙ୍କ ଶୁଦ୍ଧିକ୍ରୟା କରିବା ସହିତ ଏବେ ଗୀତାଂଜଳିଙ୍କ ଖାଇବାପିଇବା କଥା ବୁଝୁଛନ୍ତି  । ଏଭଳି ସ୍ଥଳେ ସେ ଆଗକୁ କଣ କରିବ , କେମିତି ଚଳିବେ ଏବଂ କେମିତି ପାଠ ପଢା ଜରି ରଖିବ ତାକୁ ନେଇ ଚିନ୍ତା ରେ  । ତାଂକୁ ସରକାରୀ ସହାୟତା ଦେବାକୁ ଉଭୟ ଗୀତାଂଜଳୀ ଓ ପଡ଼ୋଶୀମାନେ ଦାବି କରିଛନ୍ତି  ।