କନକ ବ୍ୟୁରୋ : ପୁଣି ଓଡିଶା ଆସିଛନ୍ତିି ନବୀନଙ୍କ ବଡ ଭଉଣୀ ଗୀତା ମେହେଟା । ବିଜେଡି ଭିତରେ ବଡ ଧରଣର ବିବାଦ ଚାଲିଥିବା ସମୟରେ ଓଡିଶା ଆସିଛନ୍ତି ଗୀତା । ଗତକାଲି ରାତି ୯ଟାରେ ଗୀତା ଆସି ଭୁବନେଶ୍ୱରରେ ପହଁଚିଥିବା ନେଇ ସୂଚନା ମିଳିଛି ।
ଦଳ ଭିତରେ ବଡ ଧରଣର କନ୍ଦଳ ଚାଲିଥିବାବେଳେ ଗୀତା ଓଡିଶା ଆସିବା ପଛରେ କଣ ରହିଛି କାରଣ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚା ହେଉଛି ଦୁଇ ଦିନ ଧରି ଦଳର ଦୁଇ ସାଂସଦଙ୍କ ଭିତରେ ଟ୍ୱିଟ୍ ଝଡ ଚାଲିବା ପରେ ନବୀନଙ୍କୁ ଗୀତା ମେହେଟାଙ୍କ ଆବଶ୍ୟକତା ପଡିଲା କିି? ଭଉଣୀ ଗୀତା ମେହେଟାଙ୍କ ସହ ନବୀନ ବୈଠକ କରି ନେଇ ପାରନ୍ତି କି ବଡ ପଦକ୍ଷେପ? ଓଡିଶା ରାଜନୀତିର ପାୱାର କରିଡରରେ ଏବେ ଏଭଳି ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/gita-1.jpg)