ଯୁବତୀଙ୍କୁ ନିଶାଦେଇ ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ : ରାଜଧାନୀରୁ ଆସିଲା ସାଂଘାତିକ ଅଭିଯୋଗ, ମହିଳା ଥାନାରେ ଅଭିଯୋଗ କଲେ ପୀଡିତା

28

କନକ ବ୍ୟୁରୋ : ରାଜଧାନୀରୁ ଆସିଛି ସାଂଘାତିକ ଅଭିଯୋଗ । ମନ୍ଦିରର ପୂଜକ ପାଲଟିଛନ୍ତି ମହାପାପୀ । ପୂଜକଙ୍କ ନାଁରେ ଆସିଛି ଏହି ଅଭିଯୋଗ । ଘରକୁ ଡାକ ନେଇ ସଂପୃକ୍ତ ପୂଜକ ଯୁବତୀଙ୍କୁ ନିଶା ଦେବା ପରେ ଭିଡିଓ ଓ ଫଟୋ ଭାଇରାଲ କରିଛନ୍ତି । ଏ ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

ଖବର ଅନୁସାରେ, ସଂପୃକ୍ତ ଯୁବତୀ ପୂଜକଙ୍କ ଘରୁ ଯିବା ଆସିବା କରୁଥିଲେ । ଆଉ ଏହାର ସୁଯୋଗ ନେଇ ଯୁବତୀଙ୍କୁ ନିଶା ଦେଇ ଭିଡିଓ ଉଠାଇବା ସହ ଫଟୋ ଭାଇରାଲ କରିଛନ୍ତି ପୂଜକ । ଏହି ଘଟଣା ରାଜଧାନାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ପୂଜକ କିଭଳି ଏଭଳି କାଣ୍ଡ କରିପାରିଲେ ସେ ନେଇ ବି ପ୍ରଶ୍ନ ଉଠିଛି । ଦୁଷ୍କର୍ମ ଘଟଣା ଦେଶକୁ ଦୋହଲାଇଦେଇଥିବାବେଳେ ସବୁଠାରୁସରୁକ୍ଷିତ କୁହାଯାଉଥିବା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସେପଟେ କାକଟପୁର ବ୍ଲକର ସୁନାରୀବସ୍ତ ସ୍କୁଲରେ ୨ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ପ୍ରଧାନଶିକ୍ଷକଙ୍କୁ ଗାଁ ଲୋକେ ଅଟକ ରଖିଛନ୍ତି । ଏ ନେଇ ସ୍କୁଲ ପରିସରରେ ଉତେଜନା ଜାରି ରହିଛି । ସଂପୃକ୍ତ ୨ ଛାତ୍ରୀ ବି ଅସଦାଚରଣ କରିଥିବା ମାନିଛନ୍ତି । ସ୍କୁଲରେ ତାଲା ପକାଇବା ସହ ଛାତ୍ରଛାତ୍ରୀ ଧାରଣାରେ ବସିଛନ୍ତି ।