‘ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଦିଅନ୍ତୁ’ । ହାଇକୋର୍ଟରେ ଗୁହାରୀ କଲେ ଛାତ୍ରୀ

‘ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଦିଅନ୍ତୁ’ । ହାଇକୋର୍ଟରେ ଗୁହାରୀ କଲେ ଛାତ୍ରୀ

କନକ ବ୍ୟୁରୋ: ହିଜାବକୁ ନେଇ ବିବାଦ ଥମିବାର ନାଁ ନେଉନି । ଏହାକୁ ନେଇ ନାଁ କୋର୍ଟରେ ସମାଧାନର ବାଟ ବାହାରୁଛି ନା କୋର୍ଟଙ୍କ ନିୟମକୁ ମାନିବାକୁ ପ୍ରସ୍ତୁତ ସଂଖ୍ୟାଲଘୁ ଛାତ୍ରୀ । କୋର୍ଟଙ୍କ ରାୟ ପରେ ଶିକ୍ଷାନୁଷଠାନ ଗୁଡିକୁ ହିଜାବ ପିନ୍ଧି ଯିବାକୁ ମନା ହେବା ପରେ ବି ଏହି ବିବାଦରେ ଭଟ୍ଟା ପଡୁନି । ବରଂ ସେମାନଙ୍କୁ ୟୂୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଦେବାକୁ ହାଇକୋର୍ଟଙ୍କୁ ଗୁହାରୀ କରିଛନ୍ତି ଛାତ୍ରୀ ।

ସୂଚନା ମୁତାବକ, ଉଡ୍ଡୁପିରେ ଥିବା ପ୍ରି ୟୁନିଭର୍ସିଟି କଲେଜର ଛତ୍ରୀମାନଙ୍କ ପକ୍ଷରୁ ହାଇକୋର୍ଟରେ ଏପରି ଆବେଦନ କରିଛନ୍ତି ଆଡଭୋକେଟ୍ ଦେବଦତ୍ତ କାମତ୍ । ଛାତ୍ରୀମାନଙ୍କୁ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧି ୟୁନିଭର୍ସିଟି ଯିବାକୁ ଅନୁମତି ଦେବାପାଇଁ କାମାତ୍ କୋର୍ଟଙ୍କୁ ଗୁହାରୀ କରିଛନ୍ତି । କେନ୍ଦ୍ରୀୟ ସ୍କୁଲ ମାନଙ୍କରେ ଛାତ୍ରୀମାନଙ୍କୁ ୟୁନିଫର୍ମ ରଙ୍ଗର ହିଜାବ ପିନ୍ଧିବାକୁ ଅନୁମତି ଥିବାବେଳେ ଅନ୍ୟ ଶିକ୍ଷାନୁଷଠାନ ଗୁଡିକରେ କାହିଁକି ନାହିଁ? ଏହା ଏକ ସମ୍ପ୍ରଦାୟର ଧାର୍ମିକ ପ୍ରଥା । ତେଣୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ଭାରତୀୟ ସମ୍ବିଧାନର ଧାରା ୨୫କୁ ଉଲଂଘନ କରୁଛି ବୋଲି କାତ୍ ଯୁକ୍ତି ବାଢିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe