କନକ ବ୍ୟୁରୋ: ସାହାଯ୍ୟ ମାଗିଲା କୁନି ଝିଅ । ପାଖରେ ମା’ନଥିବା ବେଳେ ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଲା ଚିଠି । ଘରେ ବାପାଙ୍କ ସ୍ୱଳ୍ପ ରୋଜଗାରରେ ଚଳିବା କଷ୍ଟକର । ପରିବାର କେମିତି ଚଳିବ ଆଉ ସେ କେମିତି ପାଠ ପଢିବେ । ଏନେଇ ଚିଠି ଲେଖିଛନ୍ତି କେନ୍ଦୁଝର ହାଟଡିହି ସୁନ୍ଦରାପାଳ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ଶୁଭଲକ୍ଷ୍ମୀ ଜେନା । ଛାତ୍ରୀଙ୍କ ମା’ଜଣେ ଶିକ୍ଷୟିତ୍ରୀ । ହେଲେ କିଛି ବର୍ଷ ହେଲା ସେ ଘରକୁ ଆସୁନାହାନ୍ତି । ଏପରିକି ନିଜ ପରିବାରଠୁ ଦୂରରେ ରହୁଥିବା ବେଳେ କୌଣସି ସମ୍ପର୍କ ବି ଏମାନଙ୍କ ସହ ରଖିନାହାନ୍ତି । ବାପାଙ୍କର ମଧ୍ୟ ସ୍ୱଳ୍ପ ରୋଜଗାର ।
ଯେଉଁଥିରେ ପରିବାର ଚଳିବା କଷ୍ଟ ହୋଉଥିବା ବେଳେ ପାଠପଢା ପାଇଁ ପଇସା ନିଅଂଟ ହେଉଛି । ଏନେଇ ଶୁଭଲକ୍ଷ୍ମୀଙ୍କୁ ତାଙ୍କ ମା’ପକ୍ଷରୁ ସମସ୍ତ ସହାୟତା ଯୋଗାଇବାକୁ ସେ ଦାବି କରିଛନ୍ତି । ନିଜ ଦୁଃଖ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ବ୍ଳକ ଶିକ୍ଷାଧିକାରୀଙ୍କଠୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତିା
Follow Us