ଛେଳିକୁ ବଞ୍ଚାଇବା ପାଇଁ ବାଘ ସହ ଲଢିବା ଏବଂ କ୍ଷତାକ୍ତ ଅବସ୍ଥାରେ ସେଲଫି ନେବା ଶୁଣିଲେ କୌଣସି ସିନେମାର କାହାଣୀ ଭଳି ଲାଗୁନି । ସିନେମା ଭଳି ଲାଗୁଥିଲେ ହେଁ ଘଟଣାଟି ସତ ଆଜ୍ଞା । ମହାରାଷ୍ଟ୍ରର ବାନ୍ଦ୍ରା ଜିଲ୍ଲାରେ ଘଟିଛି ଏଭଳି ଏକ ରୋମାଞ୍ଚକର ଘଟଣା । ରୁପାଲୀ ମେଶ୍ରମ ନାମକ ଜଣେ ୨୧ ବର୍ଷୀୟା ଯୁବତୀ ଏଭଳି ଏକ ଦୁଃସାହସିକ କାମ କରି ଏବେ ସୋସିଆଲ ମିଡିଆରେ ବାଃ ବାଃ ସାଉଁଟୁଛନ୍ତି ।
ମହାରାଷ୍ଟ୍ରର ଉସଗାଓଁ ଗ୍ରାମରେ ରହୁଥିବା ରୁପାଲୀ ବାଣିଜ୍ୟ ବିଭାଗରେ ସ୍ମାତକ ପଢିବା ପଢିଥିଲେ । ଏବେ ଆସନ୍ତୁ ଘଟଣା ଉପରେ ନଜର ପକାଇବା । ଘଟଣାଟି ହେଉଛି ଗତ ସପ୍ତାହର । ଗାଁରେ ଚିତାବାଘର ଡର ଲାଗିରହିଥିବା ବେଳେ ରୁପାଲୀଙ୍କ ଘରେ ଛେଳିମାନଙ୍କ ପ୍ରାଦୁର୍ଭାବ୍ୟ କମି କମି ଯାଉଥିଲା । ପ୍ରତିଦିନ ଘରୁ ଛେଳିମାନଙ୍କର ସଂଖ୍ୟା କମି ଯାଉଥିଲା । ଗତ ସପ୍ତାହରେ ହଠାତ ଅଧରାତିରେ ଛେଳିର ବିକଟାଳ ଶବ୍ଦ ଶୁଣି ରୁପାଲୀ ଠେଙ୍ଗାଧରି ଶବ୍ଦ ଆସୁଥିବା ସ୍ଥାନକୁ ଯାଇଥିଲେ । ସେତେବେଳକୁ ବାଘ ହାବୁଡରେ ପଡିଥିବା ଛେଳିର ଜୀବନ ଚାଲିଯାଇଥିଲା । ସାହସ ଦେଖାଇ ରୁପାଲୀ ଚିତାବାଘ ଉପରକୁ ଠେଙ୍ଗାରେ ଆକ୍ରମଣ କରିବାକୁ ଲାଗିଲେ । କିନ୍ତୁ ବାଘ ଏବଂ ମଣିଷର ଖେଳରେ ବାଘ ଜିତ ମାରିଥିଲା । ରୁପାଲୀଙ୍କୁ ଲହୁଲୁହାଣ କରି ଝିଅକୁ ବଞ୍ଚାଇବାକୁ ଆସିଥିବା ମା’ଙ୍କ ଆଖିକୁ ମଧ୍ୟ କ୍ଷତାକ୍ତ କରିଥିଲା । କିନ୍ତୁ ଭାଗ୍ୟବଶତଃ ଦୁହେଁ ମା’ ଝିଅ ବିପଦ ମୁହଁରୁ ବର୍ତ୍ତି ଯାଇଥିଲେ ।
ଏହାପରେ ରୁପାଲୀ କ୍ଷତାକ୍ତ ଅବସ୍ଥାରେ ନିଜ ସେଲଫି ଉଠାଇ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ବର୍ତ୍ତମାନ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ତାଙ୍କର ଏଭଳି ଦୁଃସାହସିକ କାର୍ଯ୍ୟକୁ ସବୁ ଭୁରିି ଭୁରି ପ୍ରଶଂସା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/4AD20A4F00000578-0-image-a-9_1522850685382.jpg)