କନକ ବ୍ୟୁରୋ: ଘରେ କଳାକନା ବୁଲାଇଲା ନାବାଳିକା । ସୁନା ଗହଣା ଚୋରି କରି ପ୍ରେମିକ ଟିଉସନ ସାରଙ୍କୁୁ ଦେଉଥିଲା ଝିଅ । ଘରୁ ସୁନା ଚୋରୀ ହେଉଥିବା ନେଇ ସହଦେବଖୁଂଟା ଥାନାରେ ଅଭିଯୋଗ ହେବା ପରେ ସତ ଉପରୁ ପରଦା ହଟାଇଛି ପୋଲିସ । ତଦନ୍ତରୁ ଜଣାପଡ଼ିଥିଲା ଏସବୁ ଶରତଙ୍କ ଝିଅ କରିଛି । ବର୍ଷେ ହେବ ଘରୁ ସୁନା ଚୋରୀ କରି ପ୍ରେମିକ ଟିଉସନ ସାରଙ୍କୁ ଦେଉଥିଲେ ନାବାଳିକା । ବାଲେଶ୍ୱର ହରିପୁରର ଶରତ କୁମାର ନାୟକ । କୋଭିଡ ସମୟରୁ ତାଙ୍କ ଝିଅ ଅନଲାଇନରେ ଟିଉସନ ହେଉଥିଲେ । ଏହି ଅନଲାଇନ ଟିଉସନରୁ ସାରଙ୍କ ପ୍ରେମରେ ପଡ଼ିଯାଇଥିଲେ ନାବାଳିକା ଝିଅ । ନାବାଳିକାଙ୍କର କିଛି ଫଟୋ ରଖି ବ୍ଲାକମେଲ କରୁଥିଲେ ଟିଉସନ ସାର । ବ୍ଲାକମେଲ ଶିକାର ହେଉଥିବା ନାବାଳିକା ବର୍ଷେ ହେବ ଘରୁ ସୁନା ଚୋରି କରି ଟିଉସନ ସାରଙ୍କୁ ଦେଉଥିଲେ । ଚୋରୀ ସୁନାକୁ ଟିଉସନ ସାରଙ୍କ ସମ୍ପର୍କୀୟ ଭାଉଜ, ଖୁଡୀ ବନ୍ଧକ ରଖି ଟଙ୍କା ଆଣିଥିବା ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ । ଚୋରୀ ସୁନାର ମୂଲ୍ୟ ସାତ ଲକ୍ଷ ହୋଇଥିବା ବେଳେ ଚୋରି ସୁନା ବ୍ରିକି କରି ୨ ଲକ୍ଷ ଟଙ୍କାର ବାଇକ କିଣିଥିଲେ ଟିଉସନ ସାର ।