କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ହଂସପାଳ ନିକଟରେ ନଦୀକୁ ଡେଇଁଲା ବେଳେ ଧରିପକାଇଲେ ଲୋକ ।

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ହଂସପାଳ ନିକଟରେ ନଦୀକୁ ଡେଇଁଲା ବେଳେ ଧରିପକାଇଲେ ଲୋକ ।

କନକ ବ୍ୟୁରୋ: ନଦୀକୁ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବତୀଙ୍କୁୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁବା ଉଦ୍ୟମ କରୁଥିଲେ ଯୁବତୀ । ତେବେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ବାରମ୍ବାର ପାଟି କରି କହୁଥିଲେ ମୋତେ ଛାଡ଼ିଦିଅ ମୁଁ ମରିବାକୁ ଚାହେଁ । ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବତୀ ଜଣକ ସହିଦନଗର ଅଞ୍ଚଳର ବୋଲି ଜଣାପଡିଛି । ତେବେ ମାନସିକ ଅବସାଦ ଯୋଗୁଁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ୍ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe