କନକ ବ୍ୟୁରୋ: ନଦୀକୁ ଆତ୍ମହତ୍ୟା ଉଦ୍ୟମ ବେଳେ ଯୁବତୀଙ୍କୁୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ହଂସପାଳ ନିକଟରେ କୁଆଖାଇ ନଦୀକୁ ଡେଇଁବା ଉଦ୍ୟମ କରୁଥିଲେ ଯୁବତୀ । ତେବେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ବାରମ୍ବାର ପାଟି କରି କହୁଥିଲେ ମୋତେ ଛାଡ଼ିଦିଅ ମୁଁ ମରିବାକୁ ଚାହେଁ । ପୋଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବତୀ ଜଣକ ସହିଦନଗର ଅଞ୍ଚଳର ବୋଲି ଜଣାପଡିଛି । ତେବେ ମାନସିକ ଅବସାଦ ଯୋଗୁଁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ୍ କହିଛି ।
କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ହଂସପାଳ ନିକଟରେ ନଦୀକୁ ଡେଇଁଲା ବେଳେ ଧରିପକାଇଲେ ଲୋକ ।
/kanak/media/post_attachments/wp-content/uploads/2021/07/1-35.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)