କନକ ବ୍ୟୁରୋ : କ୍ୟାମେରାରେ କଏଦ ହେଲା ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ପାଣି ଭିତରେ ଛଟପଟ ହେଉଥିବା ଦେଖି ଉଦ୍ଧାର କଲେ ଡଙ୍ଗା ଚାଳକ । ମୋବାଇଲ ବ୍ୟବହାରକୁ ନେଇ ଘର ଲୋକେ ଗାଳିଗୁଲଜ କରୁଥିବାରୁ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଛତିଶଗଡ ବସ୍ତର ଜିଲ୍ଲାର ପ୍ରସିଦ୍ଧ ଚିତ୍ରକୁଟ ଜଳପ୍ରପାତକୁ ଯୁବତୀ ଡେଇଁ ପଡିଥିଲେ ।

Advertisment

ଚିତ୍ରକୁଟର ସରସ୍ୱତୀ ମୋର୍ଯ୍ୟ ନାମକ ୨୧ ବର୍ଷୀୟ ଯୁବତୀ ବହୁ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିଲେ । ଏନେଇ ଘର ଲୋକେ ନିୟମିତ ଗାଳିଗୁଲଜ କରୁଥିଲେ । ମଙ୍ଗଳବାର ଅପରାହ୍ନରେ ଘରଲୋକଙ୍କ ସହ ବଚସା ପରେ ଚିତ୍ରକୁଟ ଜଳପ୍ରପାତକୁ ଯାଇ ପାଣି ଭିତରକୁ ଡେଇଁପଡିଥିଲେ । ଜଳପ୍ରପାତରେ ଥିବା ନୌକା ଚାଳକ ଯୁବତୀଙ୍କୁ ଉଦ୍ଧାର କରି ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଏବେ ଯୁବତୀ ଜଣକ ସୁସ୍ଥଥିବା ଜଣାପଡିଛି । ଯୁବତୀ ଜଣକ ପାଣି ପାଖରେ ଠିଆ ହୋଇଥିବା ବେଳେ ଦୂରରେ ଥିବା ପର୍ଯ୍ୟଟକମାନେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ଯୁବତୀ ଜଣକ କିଛି ନଶୁଣି ପାଣି ଭିତରକୁ ଡେଇଁ ପଡିଥିଲେ । ସେଠାରେ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାରରେ ଯାଇଥିବା ଡଙ୍ଗା ଚାଳକ ଯୁବତୀଙ୍କୁ ଛଟପଟ ହେଉଥିବା ଦେଖି ଉଦ୍ଧାର କରିଥିଲେ ।