ସମ୍ବଲପୁର ମହାନଦୀରେ ପୁରା ପରିବାର ଭାସିଯିବା ଘଟଣା : ଉଦ୍ଧାର ହେଲା ନିଖୋଜ ଝିଅର ମୃତଦେହ

Advertisment
ସମ୍ବଲପୁର ମହାନଦୀରେ ପୁରା ପରିବାର ଭାସିଯିବା ଘଟଣା : ଉଦ୍ଧାର ହେଲା ନିଖୋଜ ଝିଅର ମୃତଦେହ

କନକ ବ୍ୟୁରୋ : ସମ୍ବଲପୁରର ଦଳେଇପଡା ଘାଟରେ ଭାସିଯାଇଥିବା ଝିଅର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବାପା ଓ ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାରର ଏହି ୩ଜଣ ଗାଧେଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ମହାନଦୀରେ ପ୍ରବଳ ପାଣି ସ୍ରୋତ ଥିବା ବେଳେ ୩ଜଣ ଯାକ ଭାସି ଯାଇଥିଲେ । ଗତକାଲି ସ୍ଥାନୀୟ ଲୋକେ ପ୍ରଥମେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଏହା ପରେ ପରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଅଗ୍ନିଶମ ବିଭାଗ ।  ସେ ବି ପ୍ରାଣ ହରାଇଥିଲେ । ତେବେ ଝିଅ ନିଖୋଜ ଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe