କନକ ବ୍ୟୁରୋ : ସମ୍ବଲପୁରର ଦଳେଇପଡା ଘାଟରେ ଭାସିଯାଇଥିବା ଝିଅର ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବାପା ଓ ପୁଅର ମୃତଦେହ ଉଦ୍ଧାର କରାଯାଇଥିଲା । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାରର ଏହି ୩ଜଣ ଗାଧେଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା ।
ମହାନଦୀରେ ପ୍ରବଳ ପାଣି ସ୍ରୋତ ଥିବା ବେଳେ ୩ଜଣ ଯାକ ଭାସି ଯାଇଥିଲେ । ଗତକାଲି ସ୍ଥାନୀୟ ଲୋକେ ପ୍ରଥମେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ପରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଅଗ୍ନିଶମ ବିଭାଗ । ସେ ବି ପ୍ରାଣ ହରାଇଥିଲେ । ତେବେ ଝିଅ ନିଖୋଜ ଥିବା ବେଳେ ଆଜି ତାଙ୍କୁ ଉଦ୍ଧାର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/24-3.jpg)