ଏକ ତରଫା ପ୍ରେମର କରୁଣ ପରିଣତି : ୩୫ଥର ପ୍ରେମ ପ୍ରସ୍ତାବକୁ ଏଡାଇଥିବାରୁ ନାବାଳିକାକୁ ୩୫ଥର ଛୁରାମାଡ଼ କଲେ ଯୁବକ

Advertisment
ଏକ ତରଫା ପ୍ରେମର କରୁଣ ପରିଣତି : ୩୫ଥର ପ୍ରେମ ପ୍ରସ୍ତାବକୁ ଏଡାଇଥିବାରୁ ନାବାଳିକାକୁ ୩୫ଥର ଛୁରାମାଡ଼ କଲେ ଯୁବକ

source : Jfw

ଗୁଜୁରାଟର ସୋମନାଥ ଜିଲ୍ଲାରେ ଏକ ତରଫା ପ୍ରେମର କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମ ପ୍ରସ୍ତାବକୁ ନଆପଣାଇବାରୁ ପ୍ରେମିକ ପ୍ରେମିକାକୁ ୩୫ଥର ଛୁରାମାଡ କରିଥିଲା। ପୁଲିସ ଅଭିଯୁକ୍ତ ଯୁବକ, ତା’ର ସାଙ୍ଗ ଓ ପିତାକୁ ଗିରଫ କରି ନେଇଛି।

ସୋମବାରକୁ ପୁଲିସ ଜଣେ ୧୬ବର୍ଷୀୟ ନାବାଳିକାର ମୃତଦେହକୁ ଜବତ କରିଥିଲା। ଜବତ ହୋଇଥିବା ମୃତଦେହର ପରିଚୟ ବିନିଶା ଠକ୍କର ନାମରେ ହୋଇଛି। ସେ ଅମ୍ବୁଜା ସ୍କୁଲରେ ପାଠପଢ଼ିଥାଏ। ପୁଲିସ ସୂତ୍ରରୁ ପ୍ରକାଶ, ହତ୍ୟାକାରୀ କଶ୍ୟପ ପୁରୋହିତ ଏହି ସ୍କୁଲରେ ପାଠ ପଢ଼ୁଥିଲା କିନ୍ତୁ ଦ୍ୱାଦଶ ଶ୍ରେଣୀ ପରେ ପାଠପଢ଼ା ଛାଡ଼ି ଦେଇଥିଲା। ତାର ପିତା ଜଣେ ପୂଜାରୀ ବୋଲି ଜଣାପଡ଼ିଛି।

ମୃତ ନାବଳିକା ପିତା ତରଫରୁ ରୁଜୁ ହୋଇଥିବା ଅଭିଯୋଗରେ କୁହାଯାଇଛି କି, କଶ୍ୟପ ବିନିତାଙ୍କୁ ଏକ ତରଫା ପ୍ରେମ କରୁଥିଲା। ଛଅମାସ ପୂର୍ବରୁ ସ ବିନିଶାକୁ ପ୍ରେମ ପ୍ରସ୍ତାବ ଦେଇଥିଲା। କିନ୍ତୁ ଝିଅ ଏହି ପ୍ରସ୍ତାବକୁ ଏଡାଇ ଦେଇଥିଲା। ସେ ଏହାପରେ ବି ବାରମ୍ବାର ଝିଅ ଫୋନକୁ ମେସେଜ କରିବା ସହିତ କଲ କରି ଚାଲିଥିଲା। ଦିନେ ବିନିଶା ମା’ ଫୋନ୍ ରିସିଭ୍ କରି କଶ୍ୟପକୁ ଗାଳିଗୁଲଜ କରିଥିଲା। ଜଣେ ସାଙ୍ଗ ଜରିଆରେ କଶ୍ୟପ ବନିଶାକୁ ଗ୍ରାମ ନିକଟରେ ଥିବା ଶିବ ମନ୍ଦିର ପାଖକୁ ଡକାଇଥିଲା। ବିନିଶାକୁ ସେଠାରେ ଦେଖି କଶ୍ୟପ ପୁଣି ଥରେ ପ୍ରେମ ପ୍ରସ୍ତାବ ରଖିଥିଲା। ପ୍ରତିଥର ଭଳି ବିନିତା ଏହି ଥର ବି ପ୍ରସ୍ତାବକୁ ଏଡାଇ ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ବିନିଶା ଉପରେ କଶ୍ୟପ୍ ୩୫ଥର ଛୁରାମାଡ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe