କନକ ବ୍ୟୁରୋ: ବିବାହ ସରିଲା, କନ୍ୟାଘରୁ ବିଦାୟ ନେଇ ବର ଯାତ୍ରୀ ବାହାରିଲେ । ଅଧବାଟରେ ନବବଧୁ ବାନ୍ତି ଲାଗୁଛି କହି ଗାଁ ମୁଣ୍ଡରେ ଗାଡିରୁ ଓହ୍ଲାଇଥିଲା । ରାସ୍ତାକଡକୁ ବାନ୍ତି କରିବାକୁ ଯାଇ ନବବଧୂ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପ୍ରେମିକ ସହ ବାଇକରେ ଚମ୍ପଟ ମାରିଛି । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ବରପାଲି ଗାଁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ପରେ କନ୍ୟାପକ୍ଷ ଓ ବର ପକ୍ଷ ନିଷ୍ପତି ଅନୁସାରେ କନ୍ୟାର ସାନ ଭଉଣୀକୁ ବିବାହ କରି ଥିବା ବର ଘରକୁ ଫେରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବରପାଲିର ଜଣେ ଯୁବତୀଙ୍କ ବିବାହ ସିମଡେଗାର ନିକଟ ଗୋହରିଦଣ୍ଡ ଗାଁର ରାଜୁ ବେହେରାଙ୍କ ସହ ଠିକ ହୋଇଥିଲା । ଧାର୍ଯ୍ୟ ସମୟରେ ବିବାହ ମଧ୍ୟ ହୋଇଥିଲା । ହେଲେ କନ୍ୟାଘରୁ ବିଦାୟ ନେବା ପରେ ନବବଧୂ ଚମ୍ପ ମାରିଥିଲା । ଏହା ଜାଣିବା ପରେ କନ୍ୟାପକ୍ଷ ଲୋକଲଜ୍ଜା ଭୟରେ ସାନ ଝିଅକୁ ବିବାହ କରିଦେଇଥିଲେ ପରିବାର ଲୋକ ।