କନକ ବ୍ୟୁରୋ: ଆଇଏଏସ ଅଥର ଅମୀର ଖାନ୍ ସୋସିଆଲ ମିଡିଆରେ ଖୁବ୍ ପରିଚିତ । ଆଇଏଏସ୍ ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ ଭାବେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣନ୍ତି । ତାଙ୍କର ସୁନ୍ଦର ଚେହେରା ଅନେକ ମହିଳାଙ୍କୁ ଅନେକ ଯୁବତୀଙ୍କୁ ଯେ ଆକର୍ଷିତ କରୁୁଥିବ ସେଥିରେ ସନ୍ଦେହ ନାହିଁ । ଏପରିକି ସୋସିଆଲ ମିଡିଆରେ ତାଙ୍କୁ ଜଣେ ଯୁବତୀ ଖୋଲାଖୋଲି ଭାବେ ବିବାହ ପ୍ରସ୍ତାବ ଦେଇଛନ୍ତି । ଅବଶ୍ୟ ଯୁବତୀଙ୍କ ଏହି ପ୍ରସ୍ତାବ ଉପରେ ଅନେକ ସୋସିଆଲ ମିଡିଆରେ ୟୁଜରମାନେ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ଟ୍ରୋଲ ହେବା ପରେ ଯୁବତୀ ଜଣକ ସେଥିରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ଆଇଏଏସ୍ ଅଥର ଅମୀର ଖାନ୍ ନିଜର ଯେଉଁ ଫଟୋ ସେୟାର କରିଛନ୍ତି । ସେଥିରେ ସେ ଏବେ ଏକ ରେଷ୍ଟୁରାଣ୍ଟରେ କଫି ପିଉଥିବା ନଜର ଆସିଛନ୍ତି । ତାଙ୍କ ଫଟୋରେ ସାଇଦ୍ ନାଜିଆ ସରାଫ୍ ନାମ୍ନୀ ଜଣେ ଯୁବତୀ କମେଣ୍ଟ କରିବା ସହ ଅଥରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଲେଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/4-2.jpg)