ସାଙ୍ଗ ସାଥୀଙ୍କ ସହ ହ୍ୱାଟ୍ସଆପରେ ଖେଳୁଥିଲା ‘ରୁସି ରୁଲେ’ । ନିଜକୁ ମାରିଲା ଗୁଳି, ତା’ପରେ… ଗେମ୍ ଓଭର୍

46

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ମୃତ୍ୟୁ ନିଜ ପିତାଙ୍କ ଲାଇସେନ୍ସ ପ୍ରାପ୍ତ ରିଭଲଭରରୁ ବାହାରିଥିବା ଗୁଳିରୁ ହୋଇଛି ।

ପୁଲିସ ସୂତ୍ରରୁ ଜଣାପଡିଛି କି ଯୁବତୀ ଜଣକ ନିଜ ସାଙ୍ଗମାନଙ୍କ ସହିତ ହ୍ୱାଟ୍ସଆପ୍ ଭିଡିଓ ଚ୍ୟାଟରେ ଘାତକ ଅନଲାଇନ୍ ଗେମ୍ ‘ରୁସି ରୁଲେ’ ଖେଳୁଥିଲେ । ଖେଳିବା ସମୟରେ ସେ ତାଙ୍କ ବାପାଙ୍କ ରିଭଲଭରରେ ଗୁଳି ଭର୍ତ୍ତି କରି ନିଜକୁ ଗୁଳି କରିଦେଲେ । ମୃତକ କରିଶ୍ମା ଯାଦବ ନିଜ ପରିବାର ସହିତ ଗ୍ୱାଲିୟରର ନାରାୟଣ ବିହାର କଲୋନିରେ ରହୁଥିଲେ । ତାଙ୍କ ପିତା ଅରବିନ୍ଦ ଯାଦବ ସୁବେଦାର ପୋଷ୍ଟରୁ ୪ ମାସ ହେବ ଅବସର ନେଇଥିଲେ । ଘଟଣା ସମୟରେ ଯୁବତୀଙ୍କ ମାତା-ପିତା ଚିତ୍ରକୂଟ ଯାଇଥିଲେ । ତାଙ୍କ ବଡ ଭାଇ ମାର୍କେଟ ଯାଇଥିଲେ ।

 

କରିଶ୍ମା ତାଙ୍କ ଦିଲ୍ଲୀର ସାଙ୍ଗ ସହିତ ଭିଡିଓ କଲ କରି କଥାବାର୍ତ୍ତା କରୁଥିଲେ । ଏହି ସମୟରେ ସେ ରିଭଲଭର ବାହାର କରି ଗୋଟିଏ ଗୁଳି ଚାମ୍ବରରେ ଭର୍ତ୍ତି କଲେ ଓ ତାକୁ ବୁଲାଇଲେ । ତା’ପରେ ସେ କହିଲେ କି ଚାଲ ଦେଖିବା ତାଙ୍କ ଭାଗ୍ୟ କେମିତି ? ଏହା କହି ଟ୍ରିଗର ଦବାଇ ଦେଲେ । କରିଶ୍ମାର ଭାଇ ଯେତେବେଳେ ଘରେ ପହଂଚିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ହସପିଟାଲ ନେଇକି ଗଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଗଲା ।

‘ରୁସି ରୁଲେ’ କ’ଣ ? : ଏହା ଏକ ଘାତକ ଖେଳ । ଏଥିରେ ରିଭଲଭର ଭିତରେ ସମସ୍ତ ଚାମ୍ବର ଖାଲି କରି କେବଳ ଗୋଟିଏ ଗୁଳି ରଖାଯାଏ । ପୁଣି ରିଭଲଭରର ସିଲିଣ୍ଡରକୁ ବୁଲାଇ ଦିଆଯାଏ । ଗୁଳି କରୁଥିବା ଲୋକଙ୍କୁ ଜଣା ନଥାଏ ଯେ, ଗୁଳି କେଉଁଠି । ଟ୍ରିଗର ଦବାଇଲାପରେ ଯଦି ଗୁଳି ନ ଚାଲିବ, ତେବେ ତାହାକୁ ଭାଗ୍ୟଶାଳୀ ଧରାଯାଏ ।