ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । କଲେଜ ସାମ୍ନାରୁ ଏକ ନମ୍ବର ବିହିନ ଗାଡିରେ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । 

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । କଲେଜ ସାମ୍ନାରୁ ଏକ ନମ୍ବର ବିହିନ ଗାଡିରେ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ । 

କନକ ବ୍ୟୁରୋ : ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ନୟାଗଡ଼ ଜିଲ୍ଲା ଗଣିଆ ରଘୁନାଥଜିଉ ମହାବିଦ୍ୟାଳୟ କଲେଜ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଝିଅଟିର ଘର କୁମ୍ଭିରକଣି ହୋଇଥିବା ବେଳେ ସେ ସାଙ୍ଗ ମାନଙ୍କ ସହ କଲେଜ ଆସୁଥିଲା । ଏହି ସମୟରେ ଏକ ନମ୍ବର ବିହିନ ଗାଡ଼ି କଲେଜ ସାମ୍ନାରୁ ଯୁକ୍ତ ୩ରେ ପାଠପଡୁଥିବା ଛାତ୍ରୀଙ୍କୁ ଉଠାଇନେଇଛି ।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କଲେଜ ସମ୍ମୁଖରେ ଟାୟାର ଜାଳି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଏଯାଏଁ କିଛି ଜଣାପଡିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe