କନକ ବ୍ୟୁରୋ : ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ନୟାଗଡ଼ ଜିଲ୍ଲା ଗଣିଆ ରଘୁନାଥଜିଉ ମହାବିଦ୍ୟାଳୟ କଲେଜ ସାମ୍ନାରୁ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଝିଅଟିର ଘର କୁମ୍ଭିରକଣି ହୋଇଥିବା ବେଳେ ସେ ସାଙ୍ଗ ମାନଙ୍କ ସହ କଲେଜ ଆସୁଥିଲା । ଏହି ସମୟରେ ଏକ ନମ୍ବର ବିହିନ ଗାଡ଼ି କଲେଜ ସାମ୍ନାରୁ ଯୁକ୍ତ ୩ରେ ପାଠପଡୁଥିବା ଛାତ୍ରୀଙ୍କୁ ଉଠାଇନେଇଛି ।
ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ କଲେଜ ସମ୍ମୁଖରେ ଟାୟାର ଜାଳି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଏଯାଏଁ କିଛି ଜଣାପଡିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/42.jpg)