ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଅଭାବନୀୟ ଘଟଣା । ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିନା କାରଣରେ ଶିକ୍ଷୟିତ୍ରୀଙ୍କ ମାଡ ଅଭିଯୋଗ

ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ଅଭାବନୀୟ ଘଟଣା । ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ବିନା କାରଣରେ ଶିକ୍ଷୟିତ୍ରୀଙ୍କ ମାଡ ଅଭିଯୋଗ

କନକ ବ୍ୟୁରୋ: ବିନା କାରଣରେ ସର୍ବ ସମ୍ମୁଖରେ ପିଇଟି ଶିକ୍ଷୟତ୍ରୀଙ୍କଠାରୁ ମାଡ ଖାଇଥିବା ଜଣେ ଛାତ୍ରୀ ସ୍କୁଲର ୩ ମହଲା କୋଠାରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମଂଚେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ- ୩ ପରିସରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସ୍ଥାନୀୟ ରେଳବାଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ପରେ ପରିବାର ଲୋକେ ତାଙ୍କୁ ନାଲକୋ ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଇଥିଲେ । ସେ ବର୍ତମାନ ଉକ୍ତ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡିଛି । ତାଙ୍କ ଦୁଇ ଗୋଡ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଛି । ଏହି ଖବର ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

publive-image

ସୂଚନା ଅନୁଯାୟୀ, ଏକାଦଶ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରୀଜଣଙ୍କ ଗତକାଲି ଅପରାହଣରେ ସ୍କୁଲ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ସ୍କୁଲର ପିଇଟି ଶିକ୍ଷୟିତ୍ରୀ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ। ତେବେ ସର୍ବସମ୍ମୁଖରେ ବିନା କାରଣରେ ଗାଳି ଓ ମାଡ଼ ଖାଇବାରୁ ଛାତ୍ରୀଜଣଙ୍କ ଅପମାନରେ ସ୍କୁଲର ୩ ମହଲା ଛାତ ଉପରୁ ତଳକୁ ଡେଇଁ ପଡ଼ିଥିଲେ। ଛାତ୍ରୀଜଣଙ୍କ ଏକ ସିମେଣ୍ଟ ପକ୍କା ଚଟାଣରେ ପଡ଼ିବାରୁ ତାଙ୍କ ଦୁଇ ଗୋଡ଼ ଭାଙ୍ଗିଯିବା ସହ ଛାତିରେ ଗଭୀର ଆଘାତ ଲାଗିଥିଲା। ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଛାତ୍ରୀଜଣଙ୍କ ଏପରି ଅବସ୍ଥା ଦେଖି ପିଇଟି ଶିକ୍ଷୟିତ୍ରୀ ସ୍କୁଲ୍ ଛାଡ଼ି ପଳାଇଥିବାରୁ ସ୍କୁଲ୍ ପରିସରରେ ଉତ୍ତେଜନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe