ପେଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା : ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା

Advertisment
ପେଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା : ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା

ପେ' ଟିଏମ ଜରିଆରେ ଟିଭି ରିଚାର୍ଜ କରିବା ପଡିଲା ମହଙ୍ଗା । ୨୮୦ ଟଙ୍କାର ଟିଭି ରିଚାର୍ଜ ପାଇଁ କଟିଗଲା ଲକ୍ଷେ ଟଙ୍କା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳରେ ଏହି ଘଟଣା ଘଟିଛି । ଚନ୍ଦ୍ରଶେଖରପୁରର ବୈରାଗ ଚରଣ ରାଉତଙ୍କ ଝିଅ ଏୟାରଟେଲ ଡିଜିଟାଲ ଟିଭି ପାଇଁ ରିଚାର୍ଜ କରୁଥିଲେ ।

ହେଲେ ରିଚାର୍ଜ ନହେବା କାରଣରୁ ଗୁଗୁଲରେ ପେଟିଏମ ହେଲ୍ପ ଲାଇନ ନମ୍ବରରେ କଲ କରି କଥା ହେବା ସମୟରେ ଆକାଉଂଟରେ ଟଙ୍କା କଟିଯାଇଥିଲା ।ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ସାଇବର କ୍ରାଇମ ଡିପାର୍ଟମେଂଟରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ଟିଭି ରିଚାର୍ଜ ଅନ୍‌ଲାଇନ୍‌ରେ କେମିତି ହେବ, ସେନେଇ ୱେବ୍‌ସାଇଟ୍‌ ସର୍ଚ୍ଚ କରିଥିଲେ। ପରେ ସେ ମୋବାଇଲରେ ଏକ ଆପ୍ ଡାଉନ୍‌ଲୋଡ୍‌ କରି ୨୨୦ ଟଙ୍କାର ରିଚାର୍ଜ କରିଥଲେ। କିନ୍ତୁ ରିଚାର୍ଜ ଫେଲ୍ ହେବା ସହିତ ଆକାଉଣ୍ଟରୁ ଟଙ୍କା କଟି ଯାଇଥି‌ଲା। ଏନେଇ ସେ କଷ୍ଟମର୍ କେୟାର ସହ ଯୋଗାଯୋଗ କରିଥିଲେ। କଷ୍ଟମର କେୟାର ବ୍ୟକ୍ତି ତାଙ୍କ ଆକାଉଣ୍ଟ ବିଷୟରେ ପଚରାଉଚରା କରିବା ପରେ କିଛି ସମୟ ମଧ୍ୟରେ ତାଙ୍କ ଆକାଉଣ୍ଟରେ ଥିବା ୯୯ ହଜାର ଟଙ୍କା ଉଠାଣ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe