ଯୁବତୀଙ୍କୁ ଜିଅନ୍ତା ଜାଳିଦେଲା ଯୁବକ : ଚିକିତ୍ସାଧିନ ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଯୁବତୀଙ୍କର ମୃତ୍ୟୁ

301

କନକ ବ୍ୟୁରୋ : ଯୁବତୀଙ୍କ ପୋଡି ମାରିଦେଲା ଯୁବକ । ଗଞ୍ଜାମ ପୋଲସରା ଅଂଚଳରୁ ଆସିଛି ଏଭଳି ବିଭତ୍ସ ଖବର । ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କର ବ୍ରହ୍ମପୁର ବଡ ମେଡିକାଲରେ ମୃତ୍ୟୁ ହୋଇଛି । ଅଭିଯୋଗ ଅନୁସାରେ, ପ୍ରତାପୁର ଗାଁରେ କୃଷ୍ଣଚନ୍ଦ୍ର ସାହୁ ପୋଲସରା ଅଂଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । କୃଷ୍ଣଚନ୍ଦ୍ର କଥା ହେବା ବାହାନାରେ ଯୁବତୀଙ୍କୁ ଏକ ପରିତ୍ୟକ୍ତ ଘର ନିକଟକୁ ଡାକିଥିଲେ ।

ସେଠାରେ ପେଟ୍ରୋଲ ଢାଳି ଯୁବତୀଙ୍କୁ ନିଆଁ ଲଗାଇବାକୁ ଉଦ୍ୟମ କରିଥିଲା ପ୍ରେମିକ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୁଷୋତମପୁର ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲା । ମେଡିକାଲରେ ଯୁବତୀର ଶେଷ ବୟାନ ରେକର୍ଡ କରିଛି ପୋଲିସ । ପରେ ମୋବାଇଲକୁ ନମ୍ବରକୁ ଟ୍ରାକ କରି କେଶପୁର ଛକରୁ ଅଭିଯୁକ୍ତ ପ୍ରେମିକକୁ ଧରିଛି ପୁରୁଷୋତମପୁର ପୁଲିସ ।