ମୃତ୍ୟୁର ହଟସ୍ପଟ ହାଇଟେକ୍ ହସ୍ପିଟାଲ ? ଚିକିତ୍ସା ଅବହେଳାରୁ ଚାଲିଗଲା ଶିଶୁର ଜୀବନ, ନ୍ୟାୟ ପାଇଁ ନେହୁରା ହେଲା ବାପା…

218

କନକ ବ୍ୟୁରୋ: ଝିଅର ନ୍ୟାୟ ପାଇଁ ଛାତି ଫଟାଇ କାନ୍ଦୁଛି ବାପା । ହାଇଟେକ ମେଡିକାଲ ନାଁରେ ଆଣିଲେ ସଙ୍ଗୀନ ଅଭିଯୋଗ । ଝିଅକୁ ନ୍ୟାୟ ଦେବା ପାଇଁ ହାତ ଯୋଡି କାନ୍ଦି କାନ୍ଦି କ୍ୟାମେରା ଆଗରେ ନେହୁରା ହେଲେ ଜଣେ ଅବସରପ୍ରାପ୍ତ ସେନା ଯବାନ । ଯବାନଙ୍କ ଅଭିଯୋଗ ହେଉଛି ଚିକିତ୍ସା ଅବହେଳାରୁ ତାଙ୍କ ଶିଶୁଟିର ମୃତ୍ୟୁ ହୋଇଯାଇଛି । ଦୁନିଆ ଦେଖିବା ଆଗରୁ କଅଁଳ ଶିଶୁ ଏନ.ଆଇ.ସି. ୟୁ ଭିତରେ ଆଖି ବୁଜି ଦେଇଛି ।

ହାଇଟେକ ମେଡିକାଲ ବିରୋଧରେ ଅଭିଯୋଗ ନୂଆ ନୁହେଁ । ଗତ ସୋମବାର ଚିକିତ୍ସାଧିନ ବାପାଙ୍କ ମୃତ୍ୟୁକୁ ହସ୍ପିଟାଲ କର୍ତୃପକ୍ଷ ଲୁଚାଇ ରଖି ଅର୍ଥ ଆଦାୟ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । ଅଭିଯୋଗ ଅନୁସାରେ ବାଲିଆପେଟା ବସ୍ତିର ସଂଜୀନ ମହାକୁଡ ହାଇଟେକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ, କିନ୍ତୁ ମୃତ୍ୟୁ ପରେ ବି ହସ୍ପିଟାଲ ଏହାକୁ ଲୁଚାଇ ରଖିଥିଲା ।

ମଣିଷ ଯେତେବେଳେ ସବୁଠାରୁ ବଡ ଅସୁବିଧାରେ ପଡିଥାଏ, ସେତେବେଳେ ଏହି ହସ୍ପିଟାଲ ଓ ଡାକ୍ତରମାନେ ହିଁ ରୋଗୀ ପାଇଁ ଭଗବାନ ସଦୃଶ । କିନ୍ତୁ ଯଦି ରୋଗୀ ସେବାରେ ହେଳା କରି ସମସ୍ୟାକୁ ଆହୁରି ବଢାଇ ଦେବେ, ତେବେ ଲୋକେ କାହାକୁ ବିଶ୍ୱାସ କରିବେ ?