ରକ୍ଷକ ଯେତେବେଳେ ରକ୍ଷା ନ କରି ତାମସା ଦେଖେ ସେତେବେଳେ ଆଇନ୍ ଉପରୁ ଲୋକଙ୍କ ଭରସା ତୁଟିଯାଏ । ଆଉ ଏଭଳି ଏକ ଭରସା ହରାଇବା ଭଳି କାମ କରିଛି ମଧ୍ୟପ୍ରଦେଶର ମନ୍ଦସୋର୍ ପୋଲିସ୍ । ୨୨ ବର୍ଷର ଜଣେ ଯୁବତୀ ନିଜ ଉପରେ କିରାସିନି ଢାଳି ଛଟପଟ ହେଉଥିଲେ । କିଛି ସମୟ ପରେ ପୋଲିସ୍ ମଧ୍ୟ ଉକ୍ତ ସ୍ଥାନରେ ପହଁଚିଗଲା କିନ୍ତୁ ଝିଅଟିକୁ ନିଆଁ ହାବୁଡରୁ ବଂଚାଇବା ବଦଳରେ ପୋଲିସ୍ ବାହାରେ ବସି ଏହି ଦୃଶ୍ୟକୁ ଦେଖିବାକୁ ଲାଗିଲା ଏବଂ ଅନ୍ୟ କାହାରିକୁ ମଧ୍ୟ ଭିତରକୁ ପ୍ରବେଶ କରିବାକୁ ଦେଲା ନାହିଁ । ପାଖାପାଖି ୩ ଘଣ୍ଟା ପରେ ଏଫଏସଏଲର ଟିମ୍ ଉକ୍ତ ସ୍ଥାନରେ ପହଁଚିଲେ । ସେତେବେଳକୁ ଯୁବତୀଜଣକ ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ନିଆଁରେ ଜଳିଥିଲେ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।
ଏଫଏସଏଲ ଅଧିକାରୀଙ୍କ ପହଁଚିବା ପରେ ନିଆଁକୁ ଲିଭାଯାଇଥିଲା । ଘଟଣାରେ ଉପସ୍ଥିତ ଥିବା ପୋଲିସ୍ ଏଫଏସଏଲ ଅଧିକାରୀଙ୍କୁ ଅପେକ୍ଷା କରିଥିଲେ ଏବଂ ଦୀର୍ଘ ୩ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ନିଆଁରେ ଜଳିଥିଲା ପୀଡିତା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଏହି ଯୁବତୀଙ୍କ ୨ ବର୍ଷ ତଳେ ହିଁ ବିବାହ ହୋଇଥିଲା । ପଡୋଶୀଙ୍କ କହିବାନୁସାରେ , ସୂଚନା ପାଇବା କ୍ଷଣି ପୋଲିସ୍ କୁ ଡକାଯାଇଥିଲା । ଏହା ପୂର୍ବରୁ ପଡୋଶୀ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅସଫଳ ହୋଇଥିଲେ ।
ପୋଲିସ୍ କିଛି ସମୟ ପରେ ଘଟଣାସ୍ଥଳରେ ପହଁଚି କବାଟ ଭାଙ୍ଗିଥିଲେ ବି ନିଆଁ ଲିଭାଇବା ପାଇଁ ପ୍ରୟାସ କରିନଥିଲେ ଏବଂ ଏଫଏସଏଲ ଅଧିକାରୀଙ୍କ ଅପେକ୍ଷା କରିଥିଲେ । ପୋଲିସ୍ ଲୋକଙ୍କୁ ଭିତରକୁ ଛାଡୁନଥିବାରୁ କେହି ଭିତରକୁ ମଧ୍ୟ ଯାଇ ନଥିଲେ । ଯଦି ଠିକ୍ ସମୟରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥାନ୍ତା ତେବେ ତାଙ୍କୁ ବଂଚାଯାଇପାରିଥାନ୍ତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/v.png)
/kanak/media/post_attachments/wp-content/uploads/2019/10/xss-300x186.png)
/kanak/media/post_attachments/wp-content/uploads/2019/10/Capture-1-300x220.png)
/kanak/media/post_attachments/wp-content/uploads/2019/10/xzds-300x187.png)