ମଧ୍ୟପ୍ରଦେଶର ବଡବାନୀରେ ଜଣେ ବିବାହିତାଙ୍କୁ ଅପହରଣ କରି ତାଙ୍କ ସହ ଦୁଷ୍କର୍ମ କରିବାର ମାମଲା ସାମ୍ନାକୁ ଆସିଛି । ଦୁଷ୍କର୍ମ କରିବା ପରେ ପୀଡ଼ିତାଙ୍କ ହାତରେ ଲେଖା ଥିବା ତାଙ୍କ ସ୍ୱାମୀ, ଭାଇ ଓ ଓମ୍ ନାମକୁ ସିଗାରେଟ୍ ଚେଙ୍କ ଦେଇ ଅଭିଯୁକ୍ତ ଲିଭାଇ ଦେଇଥିବା ଜଣା ପଡ଼ିଛି । ଏଭଳି ଅମାନବିକ କାମର ଅଭିଯୋଗ ପୀଡ଼ିତା ପୁଲିସରେ କରିଥିବା ବେଳେ ଫେରାର ଥିବା ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।
ପୁଲିସର ସୂଚନାନୁସାରେ, ପୀଡ଼ିତା ରାଜପୁରକୁ ଦ୍ୱାଦଶ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଅଭିଯୁକ୍ତଜଣଙ୍କ ବସ୍ରେ ଚଢ଼ିଥିଲେ । ଯାହା ପରେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ମାରିବାର ଧମକ ଦେଇ ସେ ପୀଡ଼ିତାଙ୍କୁ ମହାରାଷ୍ଟ୍ର ବସ୍ରେ ବସାଇଥିଲେ । କିଛି ବାଟ ପରେ ଏକ ଲାଲ ରଙ୍ଗର ବସ୍ ଆସିବାରୁ ଅଭିଯୁକ୍ତ ପୀଡ଼ିତାଙ୍କୁ ସେହି ବସ୍ରେ ବସାଇ ସୁରଟ ନେଇଥିଲେ । ରାତି ୨ଟାରେ ସୁରଟରେ ପହଞ୍ଚିବା ପରେ ସେଠାରୁ ଦୁହେଁ ବଡୋଦରା ବାହାରିଥିଲେ । ବସ୍ ଯୋଗେ ବଡୋଦରା ଆସୁଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ତାଙ୍କ ହାତରେ ଲେଖାଥିବା ନାଁକୁ ସିଗାରେଟ୍ ଚେଙ୍କ ଦେଇ ଲିଭାଇଥିଲେ । ୬ଦିନ ଧରି ତାଙ୍କ ସହ ଦୁଷ୍କର୍ମ କରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ତାଙ୍କୁ ବଡବାନୀ ଜିଲ୍ଲାର ରାସ୍ତା କଡ଼ରେ ଫିଙ୍ଗି ଚାଲି ଯାଇଥିଲା ଅଭିଯୁକ୍ତ । ଅକ୍ଟୋବର ୧ରେ ସ୍ଥାନୀୟ ଲୋକେ ପୀଡ଼ିତାଙ୍କୁ ଅଚେତ ପଡ଼ିଥିବାର ଦେଖି ପୁଲିସକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଡାକ୍ତରଖାନା ପଠାଇଥିଲା । ଯାହା ପରେ ପୀଡ଼ିତା ସଂପୂର୍ଣ୍ଣ ଘଟଣା ଜଣାଇବା ସହ ଅଭିଯୁକ୍ତ ବିରୋଧରେ ଏତଲା ଦେଇଥିଲେ ବୋଲି ଜଣା ପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/409347-rape-2.jpg)
/kanak/media/post_attachments/wp-content/uploads/2019/10/girl_kidnap_rape_8_100419021042-300x252.jpg)