ଓଡ଼ିଆ ପୁଅ ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା ।

698

କନକ ବ୍ୟୁରୋ : ଓଡ଼ିଆ ପୁଅ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଆଜି ଦେଶର ସିଏଜି ଭାବେ ନିଯୁକ୍ତ କରାଯାଇଛି । ରାଜୀବଙ୍କ ମେହେର୍ଷିଙ୍କ ସ୍ଥାନରେ ଗିରିଶଙ୍କୁ ନିଯୁକ୍ତ କରାଯାଇଛି ।

ଜମ୍ମୁକାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏହାର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଗିରୀଶ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ୩୭୦ ଧାରା ହଟାଇ ଜମ୍ମୁ- କାଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଥିଲେ  । ଫଳରେ ଜମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପାଲଟିଥିବା ବେଳେ ଲଦାଖ ଅନ୍ୟ ଏକ କେନ୍ଦ୍ର ଶାସିତ ଅଂଚଳ ହୋଇଥିଲା  । ଏହାପରେ ଜମ୍ମୁକାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିଲେ ଗିରୀଶ । ଗତବର୍ଷ ଅକ୍ଟୋବରରେ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ  । ୧୯୮୫ ବ୍ୟାଚର ଗୁଜୁରାଟ କ୍ୟାଡରର ଆଇଏଏସ୍ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଘର ମୟୁରଭଂଜ ଜିଲ୍ଲାରେ  ।