ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ୍ ହେବ । ଏନେଇ ସିଏଜି ଗିରିଶଚନ୍ଦ୍ର ମୁର୍ମୁଙ୍କ ସୂଚନା

164

କନକ ବ୍ୟୁରୋ : ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡ଼ିର ଅଡ଼ିଟ୍ ହେବ । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ । ସିଏଜି କହିଛନ୍ତି, ଖଣି ଗୁଡ଼ିକରେ କେତେଗୁଡ଼ିଏ ପ୍ରାକୃତିକ ସମ୍ପଦ ରହିଛି । ଉତୋଳନ କରିବା ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି । ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ ସେସବୁ ସିଏଜି ଅଡ଼ିଟ୍ କରିବ ।

ରାଜ୍ୟ ଗୁଡ଼ିକ ଲୋକାଲ ବଡ଼ିର ଅଡ଼ିଟ୍ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡ଼ିର ରିୟଲ ଟାଇମ୍ ଅଡ଼ିଟ୍ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ କୋଟି କୋଟି ଟଙ୍କା ଆବଂଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି ତାହାର ଅଡ଼ିଟ୍ ହେବ । ଏଥିରେ ରହୁଥିବା ତ୍ରୁଟିକୁ ସୁଧାରିବା ସହ ସୁଧାର ଲାଗି ସୁପାରିଶ କରିବ ସିଏଜି ।