ଓଡିଆ ପୁଅଙ୍କ କାନ୍ଧରେ କାଶ୍ମୀର ଭାର: ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

671

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ହେଲେ ଓଡିଆ ପୁଅ । ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଭବ୍ୟ ସମାରୋହରେ ଉପ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ ଶପଥ ପାଠ କରାଇଲେ । ପଦ ଓ ଗୋପନୀୟତା ସମ୍ପର୍କରେ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି ।

ତେବେ ଗତ ୨୫ ତାରିଖ ଦିନ ଜାମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଭାବେ ଗିରୀଶଙ୍କ ନାମ ଘୋଷଣା କରାଯାଇଥିଲା । ମୋଦିଙ୍କ ଗୁଡ ବୁକରେ ଥିବା ଓଡିଆ ପୁଅ ଗିରୀଶଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ତେବେ ଜାମ୍ମୁ-କାଶ୍ମୀରକୁ ନୂଆ ଉପ ରାଜ୍ୟପାଳ ମିଳିବା ପରେ ଆଜି ଠାରୁ ଏହା କେନ୍ଦ୍ରଶାସିତ ଅଞ୍ଚଳ ହେଲା ।

ତେବେ ୧୯୮୫ ମସିହା ବ୍ୟାଚର ଗୁଜୁରାଟ ଆଇଏଏସ କ୍ୟାଡର ଗୀରିଶ ଚନ୍ଦ୍ର ମୁର୍ମୁଙ୍କ ଘର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ହୋଇଥିବା ବେଳେ ମୋଦି ସରକାରରେ ପାୱାରଫୁଲ ଅଫିସର ଜଣାଶୁଣା ଥିଲେ । ଗିରୀଶ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ବ୍ୟୟ ସଚିବ ଭାବେ କାର୍ୟ୍ୟ କରୁଥିଲେ । ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ଆଣିଥିବା କାମଚଳା ବଜେଟର ରୂପରେଖ କଣ ରହିବ ସେଥିରେ ଗିରୀଶଙ୍କର ବଡ ଭୂମିକା ରହିଥିଲା । ମୋଦିଙ୍କ ଗୁଡଲିଷ୍ଟରେ ଥିବା ଗିରୀଶ ଚଳିତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରୁ ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା ।