କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ବିକ୍ଷୋଭ । କ୍ଷମା ଦାବି କରି ସଂସଦଭବନ ପରିସରରେ ମହୁଆ ମୋଇତ୍ରାଙ୍କ ଧାରଣା

150

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବିରୋଧରେ ଟିଏମସି ସାଂସଦଙ୍କ ପ୍ରତିବାଦ । ଗୁୁରୁବାର ସଂସଦ ଭବନ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଛିଡା ହୋଇ ଜୋରଦାର ପ୍ରତିବାଦ କରିଛନ୍ତି ଟିଏମସିର ମହିଳା ସାଂସଦ । ଗିରିରାଜ ମମତାଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ଟିଏମସି । ସେପଟେ ଗୀରିରାଜ କହିଛନ୍ତି ତାଙ୍କୁ ଟିପ୍ପଣୀକୁ ଅତି ରଂଜିତ କରାଯାଉଛି । ମମତା ବାନାର୍ଜୀଙ୍କୁ ନେଇ କୌଣସି ଆପତିଜନକ ବୟାନ ଦେଇ ନାହାଁନ୍ତି । ନିକଟରେ ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ସହ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିିଥିଲା ଏଭଳି କିଛି ଦୃଶ୍ୟ । ଏହି ନୃତ୍ୟକୁ ଦେଖି ଗୀରିରାଜ ସିଂ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ ଓ କହିଥିଲେ ଦୁର୍ନିତୀରେ ବୁଡି ରହିଛି ପଶ୍ଚିମବଙ୍ଗ ସେପଟେ ମୁଖ୍ୟମନ୍ତ୍ରୀ ମଉଜ କରୁଛନ୍ତି, ଠୁମକା ମାରୁଛନ୍ତି ।