ଫୋନି ବନାମ ମହାବାତ୍ୟା, ମୁହଁ ଖୋଲିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରି ଗମାଙ୍ଗ । କହିଲେ, ସ୍ଥାନାନ୍ତରଣ ନିର୍ଦ୍ଦେଶ ସତ୍ୱେ ଲୋକେ ନହଟିବାରୁ ବହୁ ସଂଖ୍ୟାରେ ହେଲା ଜୀବନ ହାନୀ, କର୍ତବ୍ୟରେ କରିନଥିଲେ ଅବହେଳା ।

466

କନକ ବ୍ୟୁରୋ : ୯୯ ମସିହାର ମହାବାତ୍ୟା ପରେ ସବୁଠୁ ବଡ ବାତ୍ୟା ଫୋନିକୁ ସାମ୍ନା କରିଛି ଓଡ଼ିଶା । ଆଉ ୨୦ ବର୍ଷ ତଳେ ସେଇ ମହାବାତ୍ୟାକୁ ମୁକାବିଲା କରିଥିବା ଓଡ଼ିଶାର ତକ୍ରାଳିନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ପ୍ରଥମ ଥର ପାଇଁ ଫୋନିକୁ ନେଇ ମୁହଁଖୋଲିଛନ୍ତି । ଗମାଙ୍ଗ କହିଛନ୍ତି, ମହାବାତ୍ୟା ସହ ଫୋନିକୁ ତୁଳନା କରାଯାଇ ପାରିବ ନାହିଁ ।

ସେତେବେଳେ କୌଣସି ସୁବିଧା ନଥାଇ, ମହାବାତ୍ୟା ମୁକାବିଲା କରାଯାଇଥିଲା । ୮୫ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ସରକାର, ଲୋକଙ୍କ ଜୀବନ ବଂଚାଇବା ପାଇଁ ପୂର୍ଣ୍ଣ ଉଦ୍ୟମ କରିଥିଲେ । ଯେଉଁମାନେ ସ୍ଥାନାନ୍ତର ହୋଇନଥିଲେ ସେମାନେ ଅସୁବିଧାର ସମ୍ମୁଖିନ ହୋଇଥିଲେ । ୯୯ ମହାବାତ୍ୟା ମୁକାବିଲାର ଅଭିଜ୍ଞତା କଥା କହିବାକୁ ଯାଇ ଆଜି କନକ ନ୍ୟୁଜ୍କୁ ଗିରିଧର ଗମାଙ୍ଗ କହିଛନ୍ତି, ଦାୟିତ୍ୱ ପାଳନରେ ସେ କୌଣସି ଅବହେଳା କରିନଥିଲେ ।