କନକ ବ୍ୟୁରୋ : ଥାଇଲାଣ୍ଡର ଏକ ସୁପରମାର୍କେଟରେ ନୂଆ ଗ୍ରାହକ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ସୁପରମାର୍କେଟରେ ପଶି ଥାକ ଉପରକୁ ଚଢି ଯାଉଛି ବିଶାଳକାୟ ମନିଟର ଲିଜାର୍ଡ । ଖାଦ୍ୟ ସନ୍ଧାନରେ ମନିଟର ଲିଜାର୍ଡ ପଶିଆସିଥିବା ସନ୍ଦେହ କରାଯାଉଛି । ଏନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଉଦ୍ଧାରକାରୀ ଦଳ ସୁପରମାର୍କେଟରେ ପହଂଚି ମନିଟର ଲିଜାର୍ଡକୁ ଉଦ୍ଧାର କରିଛନ୍ତି ।
ତେବେ ସୁପର ମାର୍କେଟରେ ଏତେ ବଡ ଝିଟିପିଟି ଆସିଲା କୁଆଡୁ, ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ହେଲେ ଯାହା ଅନୁମାନ କରାଯାଉଛି କି ପ୍ରବଳ ଗରମ ଯୋଗୁ ଏହି ବିରାଟକାୟ ଝିଟିପିିଟି ବୋଧହୁଏ ଏହି ସୁପର ମାର୍କେଟକୁ ଚାଲିଆସିଛି । ତେବେ ଏଭଳି ବିରାଟକାୟ ଝିିଟିପିଟି ସେଠାରେ ଦେଖିବାକୁ ମିଳେ, ହେଲେ ଏମିତି ଦୋକାନରେ ପଶିଯିବା ଦେଖି ଲୋକମାନେ ଭୟଭୀତ ହୋଇ ପଡିଲେ । ଏହାକୁ ସେଠାରୁ ତଡିିବାକୁ ମଧ୍ୟ ନାକେଦମ ହେବାକୁ ପଡିଲା କର୍ମଚାରୀମାନଙ୍କୁ । ବହୁ କଷ୍ଟରେ ଏହି ବିରାଟକାୟ ଝିଟିପିଟିକୁ ସୁପର ମାର୍କେଟରୁ କଢାଯାଇଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବା ସହ, ଏହାକୁ ନେଇ ଲୋକମାନେ ଜମେଇିକ କଂମେଟ ମଧ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/7-6.jpg)