କନକ ବ୍ୟୁରୋ : ସମୁଦ୍ରରୁ ବିଶାଳକାୟ କୁମ୍ଭୀର ଉଦ୍ଧାର । କାବୁ କରି ବନବିଭାଗକୁ ଖବର ଦେଲେ ମତ୍ସ୍ୟଜୀବୀ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ଅଞ୍ଚଳର କିଛି ସତ୍ମ୍ୟଜୀବୀ ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ । ମାଛ ଧରି ସାରି ସମୁଦ୍ର ମଝିରେ ଥିବା ମୁରଲୀଚଡ ଦୀପରେ ବସିଥିବା ବେଳେ କୁମ୍ଭୀରକୁ ଦେଖିଥିଲେ । ମତ୍ସ୍ୟଜୀବୀମାନେ ମିଶି କୁମ୍ଭୀରକୁ କାବୁ କରି ପରବର୍ତ୍ତୀ ସମୟରେ ବନବିଭାଗକୁ ଖବର ଦେଇଥିଲେ । ପରେ ବନବିଭାଗ, ମତ୍ସ୍ୟଜୀବୀ ମିଶି ଡଙ୍ଗା ସାହାଯ୍ୟରେ କୁମ୍ଭୀରକୁ ସ୍ଥଳଭାଗକୁ ଆଣିଥିଲେ ।

Advertisment