ଢେଙ୍କାନାଳ ମଗଜିକୁ ଜିଆଇ ଟ୍ୟାଗ୍: ବହୁଦିନର ଦାବି ହେଲା ପୂରଣ

240

କନକ ବ୍ୟୁରୋ: ରାଜ୍ୟର ବହୁ ପୁରୁଣା ଉତ୍ପାଦ ଓ ହସ୍ତକଳାକୁ ମିଳିଛି ମାନ୍ୟତା । ଓଡିଶାର ୮ଟି ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିଛି । ୬୦୦ ବର୍ଷର ପୁରୁଣା ଢେଙ୍କାନାଳ ମଗଜି ଲଡୁ, ମୟୁରଭଂଜର କାଇଚଟଣି, ରାୟଗଡା ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ଓ ଡଙ୍ଗରିଆ କନ୍ଧଙ୍କ ହାତବୁଣା କାପଡାଗୁନ୍ଦା ସାଲ ସହ ଖଜୁରୀ ଗୁଡ, କେନ୍ଦ୍ରପଡା ରସାବଳି, କୋରାପୁଟ କଳାଜିରା ଧାନକୁ କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରିଛନ୍ତି । ଏହାସହ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫ରେ ପହଂଚିଛି ।

ରାଜ୍ୟର ବିଭିନ୍ନ ଉତ୍ପାଦକୁ ଜିଆଇ ଟ୍ୟାଗ ମିଳିଛି । ଜିଆଇ ମାନ୍ୟତା ପାଇଥିବା ତାଲିକାରେ ରହିଛି ଓଡିଶା ଖଜୁରୀ ଗୁଡ, ଢେଙ୍କାନାଳ ମଗଜି, ମୟୁରଭଂଜର କାଇଚଟଣି, ନୟାଗଡ କଂଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡରି ସାଲ, କେନ୍ଦ୍ରପଡା ରସାବଳି, କୋରାପୁଟ କଳାଜିରା ଧାନ ଓ ଲାଞ୍ଜିଆ ସଉରାଙ୍କ ଚିତ୍ରକଳା ।

ଢେଙ୍କାନାଳର ମଗଜି ଲଡୁ ମଇଁଷି କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ । ଏଥିରେ ପାଣି ବ୍ୟବହାର କରାଯାଉନଥିବାରୁ ପ୍ରସ୍ତୁତ ପରେ ଏହି ମଗଜି ୧୫ରୁ ୨୦ଦିନ ଯାଏଁ ରହିପାରେ । ଢେଙ୍କାନାଳ ମଗଜିଲଡୁ ୬୦୦ ବର୍ଷରୁ ପୁରୁଣା ବୋଲି ଜଣାପଡିଛି । ଢେଙ୍କାନାଳ ଗଁଦିଆ ବ୍ଲକର ଷଡଙ୍ଗୀ ଅଂଚଳରେ ବହୁଳ ପରିମାଣରେ ଏହି ମଗଜି ପ୍ରସ୍ତୁତ ହୋଇଥାଏ । ୨୦୨୦ ମଗଜିକୁ ଜିଆଇ ଟ୍ୟାଗ ପାଇଁ ଆବେଦନ କରାଯାଇଥିଲା ।

ରାୟଗଡା ଜିଲ୍ଲା ଗୁଣପୁର ଲାଂଜିଆ ସୌରାଙ୍କ ଚିତ୍ରକଳା ଇଡିତାଲ ଓ ନିୟମଗିରିରେ ରହୁଥିବା ଆଦିମ ଜନଜାତିଙ୍କ ହାତବୁଣା ସାଲକୁ ମିଳିଛି ଜିଆଇ ଟ୍ୟାଗ ମାନ୍ୟତା । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ପୁଟାସିଙ୍ଗ ପଂଚାୟତରେ ରହୁଛନ୍ତି ିଲାଞ୍ଜିଆସୌରାସମ୍ପ୍ରଦାୟର ଜନ ଜାତି ।ସୌର । ଭାଷାରେ ଈଡିର ଅର୍ଥ ହେଉଛି ଚିତ୍ର ଆଉ ତାଲର ଅର୍ଥହେଉଛି କାନ୍ଥ ।କାନ୍ଥ ଉପରେଏହିଚିତ୍ର ଅଙ୍କା ଯାଉଥିବାରୁଏହାକୁ ଇଡ଼ିତାଲବୋଲି କୁହାଯାଏ । ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଏହି ହାତବୁଣା ସାଲର ଚାହିଦା ଓଡ଼ିଶା ସମେତ ଦେଶ, ବିଦେଶରେ ଅଧିକ ।

ଓଡିଶାର ବିଭିନ୍ନ ସାମଗ୍ରାକୁ ଜିଆଇ ମାନ୍ୟତା ମିଳିବା ପରେ ରାଜ୍ୟର ଜିଆଇ ମାନ୍ୟତାପ୍ରାପ୍ତ ଉତ୍ପାଦ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଓଡିଶାର ସାମଗ୍ରୀକୁ ଜିଆଇ ଟ୍ୟାଗ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଧନ୍ୟବାଦ ଜଣାଇଛନ୍ତିା ସେ କହିଛନ୍ତି, ଏହାଦ୍ୱାରା ଓଡିଶାର ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ବହୁଳ ପ୍ରଚାର ପ୍ରସାର ହେବ ।