କନକ ବ୍ୟୁରୋ : ବିହାର ଖଜାକୁ ମିଳିଲା ମାନ୍ୟତା । ପୁରୀର ଖଜାକୁ କେବେ ମିଳିବ ମାନ୍ୟତା । ସେନେଇ ଜୋର ଧରିଲାଣି ଦାବି । ଖଜାର ଉତ୍ପତି କେଉଁଠି ଓଡ଼ିଶାର ନା ବିହାରର ତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ବର୍ଷ ବର୍ଷ ହେବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଲାଗି ହୋଇ ଆସୁଛି ଖଜା । ଛପନ ଭୋଗର ଅଂଶବିଶେଷ ଭାବେ ଖଜାର ନିଆରା ପରିଚୟ ରହିଛି । ପୁରୀ ଖଜାର ରୂପ, ସ୍ୱାଦ ଓ ପ୍ରସ୍ତୁତି ପ୍ରଣାଳୀର ଲୋକପ୍ରିୟତା ରହିଛି । ଖଜା ଖାଲି ମିଠା ନୁହେଁ ମସଲା ଖଜା, ଲୁଣି ଖଜା, ଘିଅ ଖଜା ଆଦି ବିଭିନ୍ନ ଭେରାଇଟର ଖଜା ବିକ୍ରି ହେଉଛି । କାହିଁ କେଉଁ ଅମଳରୁ ଶ୍ରୀମନ୍ଦିର ନିକଟରେ ଖଜା ପଟି ମଧ୍ୟ ରହିଛି । ସେଠାରେ ଖଜା ବ୍ୟବସାୟୀଙ୍କ ଭିଡ ଜମି ଥିବା ବେଳେ ଏବେ ଉଠା ଦୋକାନରେ ମଧ୍ୟ ଖଜାର ପସରା ଜମିଛି । ସେସବୁ ତାଳପତ୍ର ଭୋଗେଇରେ ପ୍ୟାକିଂ କରି ନେବା ପାଇଁ ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ବେଶ୍ ଉତ୍ସାହ ରହିଥାଏ ।

Kanak News is now on WhatsApp
Join and get latest news updates delivered to you via WhatsApp
ବଙ୍ଗୀୟ ପର୍ଯ୍ୟଟକ ଓ ବରିଷ୍ଠ ସେବାୟତ ଖଜାର ଲୋକପ୍ରିୟତା ବଢାଇ ଥାନ୍ତି । ଖଜାର ଦର ୬୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ପୁରୀ ସହରରେ ଶତାଧିକ ଖଜା ଦୋକାନୀ ରହିଥିବା ବେଳେ ଏକ ହଜାରରୁ ଅଧିକ ଲୋକ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ନିୟୋଜିତ ଅଛନ୍ତି । ହେଲେ ଏପର୍ଯ୍ୟନ୍ତ ଖଜା ଦୋକାନୀଙ୍କୁ ନେଇ କ୍ଲଷ୍ଟର ହୋଇପାରିନାହିଁ । ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା ପରେ ଏବେ ଆରମ୍ଭ ହୋଇଛି ପଦକ୍ଷେପ । ଖଜା ଉଦ୍ୟୋଗୀଙ୍କୁ ନେଇ ଏକ ଶିଳ୍ପପୁଞ୍ଜ ଗଠନ ହେବା ପେର ପଞ୍ଜିକୃତ କରାଯିବ । ଏହା ପରେ ଖଜା ଶିଳ୍ପ ପାଇଁ ସରକାରୀ ସହାୟତା ମିଳିବ